ଗଞ୍ଜାମ ଜିଲ୍ଲା ଧରାକୋଟ ରୁ ବେଆଇନ ବାଲି ଚାଲଣ ବେଳେ ମାଡି ବସିଲା ପୋଲିସ

ଗଞ୍ଜାମ ଜିଲ୍ଲା ଧରାକୋଟ ରୁ ବେଆଇନ ବାଲି ଚାଲଣ ବେଳେ ମାଡି ବସିଲା ପୋଲିସ

ଗଞ୍ଜାମ ଜିଲ୍ଲା ଧରାକୋଟ ରୁ ବେଆଇନ ବାଲି ଚାଲଣ ବେଳେ ମାଡି ବସିଲା ପୋଲିସ

ଆସିକା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, କାଳଷଣ୍ଢପୁରୁ ଜବତ ହେଲା ୯ଟି ବେଆଇନ ବାଲି ହାଇବା ।ବେଆଇନ ବାଲି ଚାଲାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଆସିକା ପୋଲିସ । ବେଆଇନ ବାଲି ଘାଟରୁ ଆସିକା କାଳଷଣ୍ଢପୁର ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କାଳଷଣ୍ଢପୁର ଛକରେ ପୋଲିସ ଚଢାଉ କରି ୯ଟି ବାଲି ବୋଝେଇ ହାଇବାକୁ ଜବତ କରିଛି । ସୂଚନା ଅନୁସାରେ, ରାତି ତମାମ ଏହି ରାସ୍ତା ଦେଇ ବାଲି ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିଲା । ଖବର ପାଇ ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ଗାଡି ଗୁଡିକୁ ଅଟକ କରିଥିଲା । ସମସ୍ତ ଗାଡିକୁ ଆସିକା ଥାନାରେ ଅଟକ ରଖାଯାଇ କାଗଜପତ୍ର ଯାଞ୍ଚ କରାଯାଉଛି । ଏହି ବେଆଇନ କାରବାର ପଛରେ ଥିବା ମାଫିଆ ମାନଙ୍କୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ କରୁଛି । ସ୍ଥାନୀୟ ଲୋକମାନେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି ଏବଂ ଏହି ଅଭିଯାନ ଜାରି ରହୁ ବୋଲି ଦାବି କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ