ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ବିୟୋଗରେ ଶୋକ ସନ୍ତୋପିତ ପରିବାର କୁ ଜ଼ିଲ୍ଲା ବିଜେଡି ପକ୍ଷରୁ ସମବେଦନା
ରାୟଗଡ (ସ୍ପ୍ର )ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ l ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସୁଶାନ୍ତ ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ । ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାୟଗଡ ବିଜେଡି ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ଦାସ ଓ ଜଗଦୀଶ ପସ୍ତର, ଜ଼ିଲ୍ଲା ମହିଳା ବିଜେଡି ସଭାପତି ଅନୁସୟା ମାଝୀ,ରଘୁନାଥ ଗମାଙ୍ଗ ପୂର୍ବତନ ବିଧାୟକ ଗୁଣପୁର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ ଓ ମର୍ମାହତ କରିଛି ବୋଲି କହିଛନ୍ତି ଖାସ କରି ବିଜେଡି ଏକ ଟାଣୁଆ ନେତା ଙ୍କୁ ହରାଇଲା l ଜନସେବା ପ୍ରତି ତାଙ୍କର ନିଷ୍ଠା, ସରଳ ବ୍ୟକ୍ତିତ୍ୱ ଏବଂ ଲୋକଙ୍କ ପ୍ରତି ଥିବା ସମର୍ପଣ ସଦା ସ୍ମରଣୀୟ ହୋଇ ରହିବପରଲୋକଗତ ଆତ୍ମାଙ୍କର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନ ଏବଂ ଅସଂଖ୍ୟ ଶୁଭେଚ୍ଛୁଙ୍କ ପ୍ରତି ଗଭୀର ସମବେଦନା ଜଣାଉଛନ୍ତି ଜ଼ିଲ୍ଲା ବିଜେଡି ରାୟଗଡ ପକ୍ଷରୁ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
