ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣ ଦେଶୀମଦ ଜବତ ସହ ଚାରି ଗିରଫ ।
ଗଜପତି(ମନୋଜ ପାଢୀ)- ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷଣ ପ୍ରଦିପ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡି ଅବକାରୀ ଥାନାର ଭାରପ୍ରାପ ଅଧିକାରୀ ଦଣ୍ଡ ଶବରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଓ ଗୁରାଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ପକ୍ଷରୁ ଚଢାଉ କରାଯାଇ ତିନୋଟି ଜେନ୍ ରେ କରାଯାଇଥିବାର ଜଣାପଡିଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ସହରର ଜାଗିଲି ସାହି ସମେତ ଗୁରାଣ୍ଡି ଥାନା ଅନ୍ତର୍ଗତ ଚନ୍ଦନଖଳା, ବାଘଶାଳା,ଶରଧାପୁର ଆଦି ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅତକିତ ଚଢାଉ କରାଯାଇଥିଲେ । ଏହି ଚଢାଉ ବେଳେ ଘଟଣାସ୍ଥଳରେ ବେଆଇନ ଦେଶୀ ରନ୍ଧା ମଦ ସହ ୧୦ରୁ ଉଦ୍ଧ୍ବ ବିୟର ବତଲ ଜବତ କରାଯାଇଥିବା ବେଳେ ବେଆଇନ ଭାବେ ବିକ୍ରିବଟା କରିଥିବରା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି । ଗିରଫ ବ୍ୟକ୍ତିବିଶେଷ ମାନେ ହେଲେ ଯଥା ଜାଗିଲି ସାହିର ଏମ୍. ମିନା ରାଓ, ଖେତଡାର ଏ. ଇର୍ସୁ, ଶରଧାପୁରର ବି.କାମେଶ୍ବର ରାଓ ଏବଂ ବାଘଶାଳର ପିତାମ୍ବର ପ୍ରଧାନ ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । ଏହି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ଅଧୀକ୍ଷଣ ଶ୍ରୀ ସାହୁ ସୁଚନା ପ୍ରଦାନ କରିଛନ୍ତି । ଅବକାରୀ ବିଭାଗର ଏହି ଚଢାଉରେ ଅବକାରୀ ବିଭାଗର ଏଏସ୍ଆଇ ମିନତି ପାଇକ କିଶୋର ପ୍ରସାଦ ଘଡାଇ, ମୁରଲି ଧରମାରାଜୁ ଓ ସର୍ବେଶ୍ବର ଦାସ ଚଢାଉରେ ସାମିଲି ଥିଲେ ।
