ବିଶ୍ୱ ସଙ୍ଗିତ ଦିବସରେ ଏ ଏମ ସି ଏସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସମ୍ବର୍ଦ୍ଧିତ

ବିଶ୍ୱ ସଙ୍ଗିତ ଦିବସରେ ଏ ଏମ ସି ଏସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସମ୍ବର୍ଦ୍ଧିତ

ବିଶ୍ୱ ସଙ୍ଗିତ ଦିବସରେ ଏ ଏମ ସି ଏସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସମ୍ବର୍ଦ୍ଧିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ର ବନାନୀ କଳା ସଙ୍ଗମ ଠାରେ ଫୁଲବାଣୀ ର ପ୍ରତିଷ୍ଟିତ ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ସାଧନା ର ମୁଖ୍ୟ ସନ୍ତୋଷ କୁମାର ଦାସ ଓ ସାଗର ସଙ୍ଗମ ର ମୁଖ୍ୟ କିଶୋର କୁମାର ସିଂ ଙ୍କ ମିଳିତ ଉଦ୍ୟମରେ ବିଶ୍ୱ ସଙ୍ଗୀତ ଦିବସ ଲେଖକ ସାମୁଖ୍ୟ ର ସଭାପତି ରବୀନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତାଭାବେ ଟିକାବାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇଥିଲେ ଏବଂ ତାଙ୍କୁ ସଫଳ ଅଭିନେତାଭାବେ ଦୁଇଟିଯାକ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା । ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ଜଗନ୍ନାଥ ସାହାଣୀ,ବନବିହାରୀ ନନ୍ଦ,ନବକିଶୋର ରଥ ଯୋଗଦେଇ ଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଡ. ପୂର୍ଣ୍ଣ ନ୍ଦୁ ତ୍ରିପାଠୀ,ଶିକ୍ଷକ ଯୁଧିଷ୍ଟିର ମହାନ୍ତି ସଙ୍ଗୀତର ସୃଷ୍ଟି ଓ ବିକାଶ ଉପରେ ଆଲୋଚନା କରିଥିଲେ।ସଫଳ ସଂଯୋଜକ ଭାବେ ଅଶୋକ କୁମାର ମହାନ୍ତି, ବିଶିଷ୍ଟ କଣ୍ଠ ଶିଳ୍ପୀ ଭାବେ ଡାକ୍ତର ସଚ୍ଚିକାନ୍ତ ମିଶ୍ର ,ପ୍ରକ୍ତନ ଅଗ୍ନିଶମ ବିଭାଗର ସୁଶୀଲ କୁମାର ନାୟକ ଓ କ୍ଷୀର।ବ୍ଧି ତନୟା ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରସନ୍ନ କୁମାର ପଣ୍ଡା ପରିଚାଳନା କରିଥିଲେ । ଶେଷରେ ସଙ୍ଗୀତ ବିଚିତ୍ର। କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା l