STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ………………………….
.କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଟିଙ୍ଗିଆ ଠାରେ ଆୟୋଜିତ STEM କାର୍ଯ୍ୟକ୍ରମ ଉଦଯାପନି ଉତ୍ସବରେ ଶିଶୁମାନଙ୍କର ଅନୁଭୂତି, କଳ୍ପନାଶକ୍ତି,ସୃଜନ କ୍ଷମତା,ଏବଂ ବୈଜ୍ଞାନିକ ଚିନ୍ତାଧାରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଅଭିଭାବକ, ଯୁବ ସ୍ପେଚ୍ଛାସେବୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଜି ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଭାବରେ ଯୋଗ ଦେଇଥିଲେ l ଏବଂ ସମ୍ମାନିତ ଅତିଥି ଭାବରେ PAITDA ଫୁଲବାଣୀ ଶ୍ରୀ … ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଦୁର୍ବାସା ସେଠି, ଆତ୍ମା ଶକ୍ତିଟ୍ରଷ୍ଟ ସାଥି ପଞ୍ଚାନନ ପ୍ରଧାନ,ମାନସ ରଞ୍ଜନ ବେହେରା, ଓଡିଶା ଶ୍ରମଜୀବୀ ଆବାହକ ଅଞ୍ଜନ ପ୍ରଧାନ, ମନ୍ତ୍ରଫର ଚେଁଞ୍ଜ ସାଥି ଶୁଭଙ୍କର ନାୟକ, ସାଥି ଆରଫିନ, ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ବ୍ଲକ ସମ୍ପାଦକ କରମ ଚାନ୍ଦ ପ୍ରଧାନ, CRCC ମୁରଲୀ ଧର ପଳେଇ,ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ସଂଗଠନ ର କର୍ମୀ ସସ୍ମିତା ମଳିକ, ସୁଧାକର ପ୍ରଧାନ, ଶୀଧେଶ୍ଵର ନାୟକ, ସିମିଳାରାଣୀ ପଡ୍ରା,ଉପସ୍ଥିତ ଥିବାବେଳେ ଜିଲ୍ଲାର ମୋଟ 5 ଟି ବ୍ଲକର 16 ଗ୍ରାମପଞ୍ଚାୟତର 25 ଟି ଗାଁରେ ଏହି କାର୍ଯ୍ୟକ୍ରମ ଚାଲି ଥିଲା I ମୋଟ 384 ଜଣ ଛାତ୍ର ଛାତ୍ରୀଙ୍କୁ ଗ୍ରୀଷ୍ମ ଅବକାଶ ସମୟରେ ସ୍ପେଚ୍ଛାସେବୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଦୀର୍ଘ ୬ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା l ଏହାର ମୂଳ ଉର୍ଦ୍ଧେଶ୍ୟ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଉତ୍ସକତା, ବୈଜ୍ଞାନିକ ମନୋଭାବ ଏବଂ ସମସ୍ୟା ସମାଧାନ ଦକ୍ଷତା ବିକାଶକୁ ଆଗକୁ ନେବା l ଏବଂ ଉଦଯାପନି କାର୍ଯ୍ୟକ୍ରମ ରେ ଶିଶୁମାନେ ବିଭିନ୍ନ ବିଜ୍ଞାନ ମଡେଲ, ପରୀକ୍ଷଣ ଓ ଶିକ୍ଷଣ କାର୍ଯ୍ୟକଳାପ, ଅଭିନତା ଓ ବୈଜ୍ଞାନିକ ଚିନ୍ତାଧାରା ଉପସ୍ଥାପନା କରିଥିଲେ l ସେମାନଙ୍କ ଆତ୍ମାବିଶ୍ୱାସ, ନୂତନ ଚିନ୍ତାଧାରା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ଆକର୍ଷତ କରିଥିଲା l ଆଜିର ଏହି କାର୍ଯ୍ୟକ୍ରମ ଟିକୁ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର କର୍ମୀ ସଂଜୀବ ଦିଗାଲ l
