ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ୬ ବଖରା ଘର ସହ ଅନେକ ଆସବାବପତ୍ର ପୋଡି ଯାଇଛି l ବିପନ୍ନ ପରିବାର ହେଲେ ଖଦାଳ ସାହିର ଶରତ ନାଇକ, ଆକୁଳ ନାଇକ, ଲଡୁଆ ନାଇକ, ବାପୁନା ନାଇକ, ମୋଚିଆ ନାଇକ ଓ ଲକ୍ଷ୍ମଣ ନାଇକ l ମଙ୍ଗଳବାର ସକାଳ ୬ଟା ସମୟରେ ସର୍ଟ ସର୍କିଟ୍ ଯୋଗୁଁ ପ୍ରଥମେ ଶରତଙ୍କ ଚାଳ ଘରେ ନିଆଁ ଲାଗି ପଡୋଶୀରେ ଥିବା ଅନ୍ୟମାନଙ୍କ ଟିଣ ଛପର ଘରକୁ ବ୍ୟାପି ଯାଇଥିଲା l ଖବର ପାଇ ବୁଗୁଡ଼ା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ଟିଣ ଘର ଗୁଡିକର ଦୁଲାଗୁଡିକ ଜଳି ଟିଣ ନଇଁ ପଡିଥିଲା l ଅଗ୍ନିକାଣ୍ଡ ପରେ ତହସିଲ ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ କେବଳ ପାଲ ଖଣ୍ଡେ ଖଣ୍ଡେ ଯୋଗାଇ ଦିଆଯାଇଛି l ଅଗ୍ନି ବିପନ୍ନ ବ୍ୟକ୍ତିମାନେ ଗରିବ ପରିବାରର ହୋଇଥିବାରୁ ଯଥାଶୀଘ୍ର ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ ସହ ସରକାରୀ ଆବାସ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଥିବା ଜଣାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ବାଦୁଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ୬ ବଖରା ଘର ସହ ଅନେକ ଆସବାବପତ୍ର ପୋଡି ଯାଇଛି l
