-ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତଖବର ଉପାନ୍ତ ଓଡିଶାସମାଚାରଗଜପତି:-ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି,(ମନୋଜ ପାଢ଼ୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କୀଡୀଗାଁ ପଞ୍ଚାୟତର କୀଡୀଗାଁ ଗ୍ରାମରେ ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ “ପଞ୍ଚମୁଖୀ ସ୍ୱୟଂ ସହାୟକ ଗୋଷ୍ଠି” କୀଡୀଗାଁ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନବିହାରୀ ପାଲ , ଜିଲ୍ଲା ୟା.ପି ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର (ୱାସନ )ଗଜପତି , ସରପଂଚ ଶ୍ରୀମତୀ ଆର: ରଜନୀ , ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା , ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ କାଶୀନଗର ପ୍ରମୁଖ ଅତିଥି ମାନଙ୍କ ଉପସ୍ଥିତିରେ ସଂଯୋଜକ ସି.ସି.ଡ଼ି-ସଂସ୍ଥା ପାରଳାଖେମୁଣ୍ଡି ଓ ଶ୍ରୀ ଅନ୍ନ ଅଭିଯାନ ର ଆର୍ଥିକ ସହାୟତାରେ କରl ଯାଇଥିଲା ।କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା “ବିଷ ମୁକ୍ତ ଚାଷ” ପାଇଁ ଜୈବିକ ଖତ ର ଆଵଶ୍ୟକତା , ଆର୍ଥିକ ଲାଭ ଓ ପରିବେଶ ସୁରକ୍ଷl ରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ l ଏଥିସହ ବିଭିନ୍ନ ଜୈବିକ ଖତ ଓ ସାର ଯଥା ହାଣ୍ଡି ଖତ , ଜିବା ମୃତ , ବୀଜମୃତ ହଦରୀ , ନିମ୍ବlଅସ୍ତ୍ର ଓ ଅମୃତ ଜଳ ର ପ୍ରସ୍ତୁତି , ବ୍ୟବହାର ଓ ଉପକାର ବିଷୟରେ ଅବଗତ କରାଇବା ସହ ହାଣ୍ଡି ଖତ’ର ପ୍ରସ୍ତୁତି କରାଇଥିଲେ lଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନବିହାରୀ ପାଲ , ଜୈବିକଖତ ଓ ସାର ବଜାରିକରଣ ବିଷୟରେ ଧାରଣା ଦେଇଥିଲେ , ଜିଲ୍ଲା ୟା.ପି: ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର ଆର୍ଥିକ ପ୍ରୋତ୍ସାହନ ର ପରିଚାଳନା ବିଷୟରେ ଗୁରୁତ୍ୱ ଦେଇଥିଲେ l ଜୈବିକ ଖତ ଓ ସାର ପ୍ରସ୍ତୁତି , ବ୍ୟବହାର ଓ ଉପକରିତା ବିଷୟରେ ଏକ ପମ୍ପଲେଟ ମଧ୍ୟ ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ ବଣ୍ଟନ କରିଥିଲେ l ସ୍ଥାନୀୟ ସରପଂଚ ଶ୍ରୀମତୀ ଆର .ରଜନୀ ପଂଚାୟତ ସ୍ତର ରେ ଜୈବିକ ଖତ ଓ ସାର ପ୍ରସାର କରିବା ପାଇଁ ପଂଚାୟତ ସ୍ତରରେ ଏକ ତାଲିମ କାର୍ଯ୍ୟକ୍ରମ କରିବା ପାଇଁ ମତ ଦେଇଥିଲେ lଜିନୀତl ଗମାଙ୍ଗ (ମିଶନ ଶକ୍ତି) ମା ଭବାନୀ ସ୍ୱୟଂ ସହାୟକ ଗୋଷ୍ଠି ଭଲ ବ୍ୟବସାୟ କରି ଅଧିକ ଲାଭବାନ ସହ ବ୍ଲକ ସ୍ତରରେ ଏକ ଉଦାହରଣ ହେବାପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ l
