ରାଜ୍ୟସ୍ତରରେ ୭ମ ସ୍ଥାନ ହାସଲ କଲେ କୋରାପୁଟର ଝିଅ ପ୍ରତୀକ୍ଷା ପଟ୍ଟନାୟକ

ରାଜ୍ୟସ୍ତରରେ ୭ମ ସ୍ଥାନ ହାସଲ କଲେ କୋରାପୁଟର ଝିଅ ପ୍ରତୀକ୍ଷା ପଟ୍ଟନାୟକ

ରାଜ୍ୟସ୍ତରରେ ୭ମ ସ୍ଥାନ ହାସଲ କଲେ କୋରାପୁଟର ଝିଅ ପ୍ରତୀକ୍ଷା ପଟ୍ଟନାୟକ

କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ମେଧାବୀ ଛାତ୍ରୀ ପ୍ରତୀକ୍ଷା ପଟ୍ଟନାୟକ। ଚଳିତ ବର୍ଷ ପ୍ଲସ-୨ ବାଣିଜ୍ୟ ପରୀକ୍ଷାରେ ୯୭ ପ୍ରତିଶତ ନମ୍ବର ରଖି ସେ ରାଜ୍ୟସ୍ତରରେ ୭ମ ସ୍ଥାନ ଅଧିକାର କରିଛନ୍ତି।ଏହି ସଫଳତା ପାଇଁ ସମ୍ବାଦ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟର ଶ୍ରେଷ୍ଠ ୧୦ ଜଣ ଛାତ୍ରଛାତ୍ରୀଙ୍କ ସହ ପ୍ରତୀକ୍ଷାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ପ୍ରତୀକ୍ଷା ହେଉଛନ୍ତି ପ୍ରକାଶ ପଟ୍ଟନାୟକଙ୍କ କନ୍ୟା। ସେ ନାଲକୋ ଦମନଯୋଡ଼ିର ଜଣେ କର୍ମଚାରୀ। ପ୍ରତୀକ୍ଷା ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରୀ ଅଟନ୍ତି।ପ୍ରତୀକ୍ଷାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ କୋରାପୁଟବାସୀ, ଦମନଯୋଡ଼ି ଅଞ୍ଚଳବାସୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। AKS ପରିବାର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛି।ରିପୋର୍ଟ: କୋରାପୁଟ।