ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼, ପୋଲିସର ତଦନ୍ତ ଆରମ୍ଭପାରାଦୀପ, ୩୦/୦୫: ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ବାସଭବନ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ତିନିଜଣ ଯୁବକ ଆସି ପୌରାଧ୍ୟକ୍ଷଙ୍କ ଘର ଉପରକୁ ପେଟ୍ରୋଲ ବମ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଆଦର୍ଶ ଥାନା ଅଧିକାରିଣୀ ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ।
ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼,
