ବାଇକ ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର ।
ଗଜପତି,(ମନୋଜ ପାଢ଼ୀ) ଆଜି ସନ୍ଧ୍ୟାରେ ସମୟରେ ସମ୍ବଲପୁର ପଞ୍ଚାୟତ ବଣବିଲ ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଝଗଡାପଲ୍ଲୀ ବୁଲାଣି ନିକଟରେ ବାଇକଟି ଏକ ଗଛ ସହ ପିଟି ହୋଇ ଯାଇଥିଲା । ଏଥିରେ ଜଣକର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ବସ୍ତ୍ରୀଗୁଡା ପଞ୍ଚାୟତ ସୁରିଖମ୍ବାରି ଗ୍ରାମର ଅନାସୀମ ରଇତ, ବଣବଲ ଗ୍ରାମର ଅଭିନାଶ ଗମାଙ୍ଗ(18) ଏବଂ ସରଳାପଦର ଗ୍ରାମର ଅଜୟ ଭୂୟାଁ(27) ଏକ ବାଇକରେ ଭୋଜି ଖାଇ ଫେରୁଥିବା । ବାଇକ ଚାଳକ ପ୍ରବଳ ମଦ ପିଇ ଦେଇଥିବାରୁ ଗାଡି ଉପରୁ ନିୟନ୍ତଣ ହରାଇ ଝାଗଡାପଲ୍ଲୀ ବୁଲାଣି ନିକଟ ଗଛ ସହ ଧକ୍କା ଦେଇଥିଲେ । ଏଥିରେ ଅବିନାଶ ତଳକୁ ଛିଟିକି ପଡିବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଅନାସୀମଙ୍କ ଅଣ୍ଟା ଭଙ୍ଗିଥିବା ବେଳେ ଅଜୟଙ୍କ ଆଣ୍ଠୁ ତଳକୁ ଭାଙ୍ଗି ଯାଇଥିଲା । ଖବର ପାଇ ଆର,ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଦୁହିଁଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ରେଫର୍ କରିଥିଲେ । କିନ୍ତୁ ଅଜୟଙ୍କ ପରିବାରବର୍ଗ ଦେଶୀ ଚିକିତ୍ସା କରିବାକୁ କହି ତାଙ୍କୁ ନେଇଥିଲେ । ଫଳରେ ଆଜି ବି ଲୋକେ ଡାକ୍ତରୀ ଔଷଧ ଉପରେ ବିଶ୍ବାସ କରୁ ନଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ମୃତ୍ୟୁ ଦେହକୁ ପୁଲିସ ଜବତ କରି ଶବକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମେଡିକାଲକୁ ପଠାଯାଇ ପୁଲିସ ଏହାର ଅଧିକ ତଦନ୍ତ ଚଲାଇଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।
