ଗଞ୍ଜାମ ଜିଲ୍ଲା ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ lଆସିକା:( ୧୦/୫/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ପ୍ରଥମ ମୁଖ୍ୟ ପ୍ରବକ୍ତା ରାଜଯୋଗି ଜଗଦୀଶଚନ୍ଦ୍ର ହlସୀଜାଙ୍କ ୨୫ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଶାନ୍ତି ଶକ୍ତି ଭବନର ସଭାଗୃହରେ ଆୟୋଜିତ କାର୍ଯ୍ଯକ୍ରମରେ ସେବାକେନ୍ଦ୍ରର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଆୟୋଜିତ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରକାଶ କରିଥିଲେ ଯେ ପାକିସ୍ତାନର ମୁଲତାନ ପ୍ରଦେଶରେ ଜନ୍ମିତ ଭ୍ରାତା ଜଗଦୀଶଚନ୍ଦ୍ର ୧୯୫୨ ମସିହାରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଆସିବା ପରେ ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ୨୦୦ ରୁ ଅଧିକ ପୁସ୍ତକ ରଚନା କରିବା ସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରକାଶିତ ମାସିକ ପତ୍ରିକା ମାଧ୍ୟମରେ ଭାରତୀୟ ଦୈବୀ ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ l ଭ୍ରାତା ଜଗଦୀଶଜୀ ୫୦ ରୁ ଅଧିକ ଦେଶ ଭ୍ରମଣ କରି ସମଗ୍ର ବିଶ୍ୱରେ ପରମାତ୍ମା ଶିବପିତାଙ୍କ ଏକ ବିଶ୍ଵପରିବାରର ଚେତନା ଦ୍ଵାରା ସମଗ୍ର ବିଶ୍ଵ ବାସୀଙ୍କୁ ଅନୁପ୍ରାଣିତ କରିବାରେ ପୁରୋଧା ସାଜିଥିଲେ lକାର୍ଯ୍ୟକ୍ରମରେ ହରିହର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଏ ଯୁଧିଷ୍ଠି ଦୋରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ରାଉତ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୂର୍ଗା ପ୍ରସାଦ ପଣ୍ଡା ଆସିକା ହେଡ ପୋଷ୍ଟ ଅଫିସର ଡେପୁଟି ପୋଷ୍ଟ ମାଷ୍ଟର ମହାକାଳ ନାୟକ ଙ୍କ ସହିତ ଆସିକା ସହର ର ବହୁ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଓ ଶତାଧିକ ଭଉଣୀ ଭାଇ ଯୋଗ ଦେଇ ରାଜଯୋଗି ଭ୍ରାତା ଜଗଦୀଶଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ