ରାଜ୍ୟ ବିଜେଡି ର ସାଧାରଣ ସମ୍ପାଦକ ହେଲେ ଜଗଦୀଶ ପାତ୍ର
ରାୟଗଡ( info media) ଆଗାମୀ ପଂଚାୟତ ଓ ପୌର ନିର୍ବାଚନ କୁ ଆଖିଆଗରେ ରଖି ବିଜେଡି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତୃତ୍ୱଙ୍କୁ ରାଜ୍ୟ କମିଟିରେ ନିଯୁକ୍ତି ଦେଇଥିବାବେଳେ ରାୟଗଡା ଜିଲ୍ଲା ଅନ୍ତର୍ଗତ ରାୟଗଡା ନିର୍ବାଚନ ମଣ୍ଡଳୀ ର କାଶୀପୁର ଅଂଚଳ ର ବରିଷ୍ଠ ବିଜେଡି ନେତା ଶ୍ରୀ ଜଗଦିଶ ପାତ୍ର ଙ୍କୁ ରାଜ୍ୟ କମିଟି ର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ଦେଇଥିବାରୁ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା, ସୁଧୀର ଦାସ, ବିନାୟକ ପୋଲାଈ, ପି ମାନିରାତନମ, ବୋନି ଭାଈ, ଅନୁସୟା ମାଝୀ, ପି ଗୌରୀ ଶଙ୍କର, ଇପିଲି ଧବଳେଶ୍ୱର ନାଇଡ଼ୁ, ଗୋଦାବରୀ ରାଉତ ପ୍ରମୁଖ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହ ଦଳର ସୁପ୍ରିମୋ ଶ୍ରୀ ନବୀନ ପଟନାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଜଣାଇଛନ୍ତି l ନୂତନ ଦାୟିତ୍ୱ ଖବର ମିଳିବା ପରେ ଜଗଦୀଶ ପାତ୍ର ନିଜ ପ୍ରତିକ୍ରିୟା ରେ କହିଛନ୍ତି ଜେ ବିଜେଡି ସୁପ୍ରିମୋ ମୋ ଉପରେ ଭରଷା କରି ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାହା ମୁଁ ସୁଚାର ରୂପେ ତୁଲାଇ ଦଳ ପାଇଁ କାମ କରିବି ବୋଲି l ସେ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ସୁଧୀର ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
