ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀ ରେ ବିଜେପି ର ବିପୁଳ ଭାବେ ନିର୍ବାଚିତ ପରେ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ରେ ବିଜୟ ଉତ୍ସବ ପାଳିତ

ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀ ରେ ବିଜେପି ର ବିପୁଳ ଭାବେ ନିର୍ବାଚିତ ପରେ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ରେ ବିଜୟ ଉତ୍ସବ ପାଳିତ

ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀ ରେ ବିଜେପି ର ବିପୁଳ ଭାବେ ନିର୍ବାଚିତ ପରେ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ରେ ବିଜୟ ଉତ୍ସବ ପାଳିତ

ରାୟଗଡ(info media) ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀ ରେ ବିଜେପି ର ବିପୁଳ ଭାବେ ନିର୍ବାଚିତ ପରେ ରାଜ୍ୟ ଭିଜେପି କାର୍ଯ୍ୟକାରିଣୀ ସଦସ୍ୟ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ ର ରିଙ୍ଗ ରୋଡ ଠାରେ ଅବସ୍ଥିତ କୋଣ୍ଡା ବାବୁ ଙ୍କ ଅଫିସ ଠାରେ ବିଜୟ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ନିର୍ବାଚନ ର ପରିଣାମ ଘୋଷଣା ପରେ ବିଜେପି ଉକ୍ତ 3 ଟି ରାଜ୍ୟରେ ବହୁ ଆଗରେ ଥିବାରୁ ରାୟଗଡ ବିଜେପି ର କର୍ମକର୍ତା ଓ କର୍ମୀ ମାନେ ସନ୍ଧ୍ୟା ସମୟରେ କୋଣ୍ଡା ବାବୁ ଙ୍କ ଅଫିସ ଠାରେ ଏକତ୍ରିତ ହୋଇ ଥିଲେ l ପରେ ବାଣ ଫୁଟାଇବା ସହିତ ପରସ୍ପର ମଧ୍ୟ୍ୟ ରେ ମିଷ୍ଟାନ ବଣ୍ଟନ କରି ଖୁଶୀ ରେ ବିଜୟ ଉତ୍ସବ ପାଲିଟିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ବିଜେପି ସଭାପତି ନିତିନ ନବୀନ ଓ ଅମିତ ସାହା ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନୂତନ ରଣନୀତି ପାଇଁ ଆଜି ବିଜେପି ପ୍ରଥମ ଥର ପାଇଁ ପଶ୍ଚିମ ବଙ୍ଗ ରେ ସରକାର ଗଠନ କରିବା କୁ ଯାଉଛି ବୋଲି କୋଣ୍ଡା ବାବୁ କହିଥିଲେ l ରାୟଗଡ ବିଜେପି ଆଜି ଏତେ ଖୁଶୀ ଜେ ଆଗାମୀ ତିନି ଦିନ ରେ ଓଡ଼ିଶାରେ ପୌର ଓ ପଂଚାୟତ ନିର୍ବାଚନ ହେଲେ ରାୟଗଡ ଜ଼ିଲ୍ଲା ରେ ପୌର ଓ ପଂଚାୟତ ରେ ବିଜେପି ନିଶ୍ଚିତ ଭାବେ ବିଜୟ କରିବ ଏହାକୁ କିଏ ଅଟକାଇପାରିବ ନାହିଁ l ରାୟଗଡ ଜ଼ିଲ୍ଲା ବାସୀ ସବୁ କିଛି ଜାଣିପାରିଲେ ଜେ ଜ଼ିଲ୍ଲା ର ଉନ୍ନତି କିଏ କରିବ ବୋଲି l ରାୟଗଡ ଜ଼ିଲ୍ଲା ରେ ବିଜେପି ରେ ଗୋଷ୍ଠି କନ୍ଦଳ ବୋଲି କିଛି ନାହିଁ କିଛି ଭୁଲ ବୁଝାମଣା ଓ ଯୋଗାଯୋଗ ଅନ୍ତର ପାଇଁ ଜନସାଧାରଣ ଭାବୁଛନ୍ତି ବିଜେପି ରେ ଗୋଷ୍ଠି କନ୍ଦଳ ଅଛି ବୋଲି ସେମିତି କିଛି ନାହିଁ ଆମେ ସମସ୍ତେ ବିଜେପି ଦଳ ସହିତ ଅଛୁ ସେଥିପାଇଁ ରାୟଗଡ ଜ଼ିଲ୍ଲା ରେ ବିଜୁ ସ୍ୱାଭିମାନ ମଞ୍ଚ କି ବିଜୁ ଲିଗାସି କିଛି କାମ କରିବ ନାହିଁ ବୋଲି କୋଣ୍ଡା ବାବୁ କହିଥିଲେ l ଆଜିର ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମ ରେ ଏନ ଆଦିନାରାୟଣ, ବିରା ବାବୁ, ଲକ୍ଷ୍ମୀ ମୋହନ ପଟ୍ଟନାୟକ, ଚକ୍ର ଧର ବିଡ଼ିକା,ବସନ୍ତା ଭାଈ,ନରେନ୍ଦ୍ର ନାୟକ ଭାଈ,ହାରି ହର ହିମରିକା, କୋଟପେଟା ନାଇବ ସରପଞ୍ଚ,କୋଣ୍ଡା ବାତୁଲୁ ଶ୍ରୀନିବାସ ଙ୍କ ସମତେ ଶତାଧିକ ବିଜେପି ର ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ