ଟିକାବାଲି ର ପୁରାତନ ଆର.ଏସ.ଏସ କାର୍ଯ୍ୟକର୍ତ୍ତା ଙ୍କ ଦେହାନ୍ତ
କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳ ର ଗତକାଲି ସନ୍ଧ୍ୟା ରେ ଜଣେ ବିଶିଷ୍ଟ ବ୍ୟକ୍ତି ତଥା ପୁରାତନ ଏ. ଏମ. ସି. ଏସ ର କର୍ମଚାରୀ ତାରିଣୀ କାନ୍ତ ମାଟିଆ ଙ୍କ ଦେହାନ୍ତ ହୋଇଅଛି I ଏହି ଖବର ସମଗ୍ର ଟିକାବାଲି ରେ ଶୋକର ଛାୟା ଖେଳିଯାଇଛି I ସେ ସମାଜସେବୀ ସହ ରାଷ୍ଟ୍ରୀୟ ସୟଂ ସେବକ ସଂଘ ର ଜଣେ ପୁରାତନ କର୍ମକର୍ତ୍ତା ଥିଲେ I ଅନେକ ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା I ସେ ଜଣେ ସତ୍ୟବାଦୀ, ପରୋପକାରୀ, ମିଷ୍ଟଭାଷୀ, ଦେଶପ୍ରେମୀ ରୂପେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ l ଏହିପରି ବ୍ୟକ୍ତି ଙ୍କୁ ହରେଇ ସହ ପରିବାର ସହିତ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l
