ମାଟ୍ରିକ ଫଳାଫଳ : ରାୟଗଡା ଜିଲ୍ଲା ଟପର ହେଲେ ମନସ୍ଵିନୀ ଦାଶ.
ରାୟଗଡ ( info media): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାୟଗଡା ଜିଲ୍ଲା ଟପର ହେଲେ ପଦ୍ମପୁର ଝିଅ ମନସ୍ଵିନୀ ଦାଶ। ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୯୨.୩୩% (୫୫୪) ନମ୍ୱର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମନସ୍ଵିନୀ।ସେ ହେଉଛନ୍ତି ପଦ୍ମପୁର ନୁଆସାହି ବାସିନ୍ଦା ଶିକ୍ଷକ ପ୍ରଦୀପ କୁମାର ଦାସ ଓ ରଶ୍ମିତା ମିଶ୍ରଙ୍କ ଝିଅ। ସେ ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ୁଥିଲେ। ମନସ୍ୱନି ଏହି ସଫଳତା ପାଇଁ ଦିନକୁ ୧୨ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତା ର ଶ୍ରେୟ ନିଜ ପିତାମାତା ଗୁରୁଜନ ଓ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ମାନଙ୍କୁ ଦେଇଛନ୍ତି। ଭବିଷ୍ୟତରେ ମନସ୍ଵିନୀ ଜଣେ ଡାକ୍ତର ହୋଇ ଅଞ୍ଚଳରେ ଗରିବ ଲୋକଙ୍କ ର ସେବା କରିବି ବୋଲି ମତ ଦେଇଛନ୍ତି।ତାଙ୍କର ଏହି ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମାଙ୍କ ସମେତ ବିଦ୍ୟାଳୟ ସଭାପତି, ସମସ୍ତ କର୍ମକର୍ତ୍ତା, ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଠିକ ସେହିପରି ରାୟଗଡ ଜ଼ିଲ୍ଲା ରେ ଏ 1 ରେ 6 ଜନ ପାସ କରିଛନ୍ତି ସେମାନେ ହେଲେ ମାନସ୍ୱନୀ ଦାଶ -554 ସରସ୍ବତୀ ଶିଶୁମନ୍ଦିର ଗୁଣୁପୁର, ସ୍ୱୀକୃତି ରଥ 543 ସରସ୍ବତୀ ଶିଶୁମନ୍ଦିର ଅମ୍ବାଦଳା,ସୁଦେଶ୍ନ ପାଣି 540,ଇମ୍ଫା କ୍ୟାମ୍ପସ ଥେରୁବାଲି,ଶୀଧେଶ୍ବରୀ ଶବର 540,ସରସ୍ବତୀ ଶିଶୁ ମନ୍ଦିର ଗୁଣୁପୁର ସାଇ ଆଶୀର୍ବାଦ ରଥ 540,ସରସ୍ବତୀ ଶିଶୁମନ୍ଦିର ଗୁଣୁପୁର,ରାଜେଶ୍ୱରୀ ବେହେରା 540,ସରସ୍ବତୀ ଶିଶୁମନ୍ଦିର ଗୁଣୁପୁର l ସୂଚନାଯୋଗ୍ୟଯେ ରାୟଗଡ ଜ଼ିଲ୍ଲା ର 213 ସ୍କୁଲ ରୁ 11744 ଜନ ଛାତ୍ର ଛାତ୍ରୀ ଫୋର୍ମପୂରଣ କରିଥିଲେ ସେଥିମଧ୍ୟରୁ 212 ଜଣ ଅନୁପସ୍ଥିତ ଥିଲେ ସେଥିମଧ୍ୟରୁ ଏ 1 ରେ 6 ଜଣ, ଏ 2 ରେ 42,ବି 1 ରେ 259,ବି 2 ରେ 850 ଜଣ, ସି ରେ 2006 ଜଣ, ଡି ରେ 4188, ଇ ରେ 3777 ଜଣ ଏଫ ରେ 404 ଜଣ ଏହିପରି ଜ଼ିଲ୍ଲା ରେ ସର୍ବମୋଟ 11128 ଜଣ ପାସ କରିଛନ୍ତି ସେଥିମଧ୍ୟରୁ ଛାତ୍ର 5248 ଓ ଛାତ୍ରୀ 5880 ଜଣ ପାସ କରିଛନ୍ତି l ଜ଼ିଲ୍ଲା ର ସର୍ବମୋଟ ପାସ ହର ହେଉଛି 96.5 % ରଖି ଓଡିଶା ରେ 19 ନମ୍ବର ସ୍ଥାନ ରେ ରହିଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
