ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ସନ୍ଧ୍ୟା ବନ୍ଦନା ଅନୁଷ୍ଠିତ ହୋଇଯାଇଛି।

ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ସନ୍ଧ୍ୟା ବନ୍ଦନା ଅନୁଷ୍ଠିତ ହୋଇଯାଇଛି।

ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ସନ୍ଧ୍ୟା ବନ୍ଦନା ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀଶଙ୍କରପାଢ଼ୀ)ତା.୦୨-୦୫-୨୦୨୬ରିଖ ଶନିବାର ଦିନ ସନ୍ଧ୍ୟା ବନ୍ଦନା କାଳାଂଶ ସଂକୁଳ ପ୍ରମୁଖ ଡ. ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମିନକେତନ ପଧାନ ଓ ମାନସୀ ପଧାନ ଯୋଗ ଦେଇ।ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରିଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସଂଭାଗ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ବାଗ, ଜିଲ୍ଲା ସହ ପ୍ରମୁଖ ଅଶ୍ବିନୀ କୁମାର ଦାଶ ,ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ବଳିଷ୍ଠ ଦେହେରୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଧାନ,ମାତୃଭାରତୀ ସଦସ୍ୟା ଶ୍ରୀମତୀ ରିଙ୍କି ମେହେର, ସଙ୍ଗୀତା ମେହେର ଓ ଶ୍ରୀମତୀ ଝରଣା ଦାଶ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ପରିଚାଳନା କରିଥିଲେ।ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ଶ୍ରୀମାନ୍ ଜିଜ୍ଞେଶ କୁମାର ପଧାନଙ୍କୁ ଡ.ବିବେକାନନ୍ଦ ପଣ୍ଡା ଉପଢୌକନ ଦ୍ବାରା ସମ୍ମାନିତ କରିଥିଲେ।ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ ଭୋଜରାଜ ଦୁଆନ ,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀମାନ ରିଙ୍କୁ କୁମାର ଦାଶ,ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ପରିଶେଷରେ ଅଶୋକ କୁମାର ଧର ଧନ୍ୟବାଦ ଅର୍ପଣ କରିଥିଲେ।