ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ରେ ୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ରେ ୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ରେ ୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ. ରାୟଗଡା: ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶା ନୂଆ ଉଦାହରଣ ସୃଷ୍ଟି କରିବ I ଆଗାମୀ ଦିନରେ ରାସ୍ତା ଓ ସେତୁ ନିର୍ମାଣ ହେଲେ ଗର୍ଭବତୀ ଓ ପ୍ରସୂତି ମହିଳା ଭାରରେ ଓ ଖଟରେ ବୋହିବା ଭଳି ଦୃଶ୍ୟ ଆଉ ଦୃଶ୍ୟମାନ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି I କେବଳ ରାସ୍ତା ଉନ୍ନତି ନୁହେଁ ଗ୍ରାମରେ ଆବାସ, ପାନୀୟଜଳ ଓ ଆର୍ଥିକ ଉନ୍ନତି ପାଇଁ ଡବଲ ଇଂଜିନ ସରକାର ପ୍ରତିଶ୍ରୁତିବଦ୍ଧ I ରାସ୍ତା କାର୍ଯ୍ୟରେ କୌଣସି ଅନିୟମିତତା ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି I ରାୟଗଡା ଜିଲ୍ଲା ଧରିତ୍ରୀର ସ୍ୱର୍ଗ ଅଟେ, ଆମ ଡବଲ ଇଂଜିନ ସରକାର ଗ୍ରାମାଞ୍ଚଳରେ ବିକାଶପାଇଁ ସଂକଳ୍ପବଦ୍ଧ, ସଡ଼କ, ବାସଗୃହ ଓ ପାନୀୟଜଳ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଁଚିବୁ I ବିକଶିତ ଭାରତ ପାଇଁ ଗ୍ରାମର ବିକାଶ ହେବ, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ନିର୍ଦେଶ ରହିଛି ଏବଂ ଆମେ ସଂକଳ୍ପ ନେଇଛୁ ଓଡ଼ିଶାକୁ ଶ୍ରେଷ୍ଠ କରିବୁ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି I ଆଦିବାସୀଙ୍କ ସେବା ହିଁ ପ୍ରଭୁ ଜଗନ୍ନାଥଙ୍କ ସେବା I ଓଡ଼ିଶା ସରକାର ସବୁବର୍ଗର ଲୋକଙ୍କ ପାଇଁ ଆଖିଦୃଶିଆ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ I ଅଗାମୀ ଦିନରେ କୃଷିର ଉନ୍ନତି ପାଇଁ ସମସ୍ତ ପ୍ରୟୋଗ ରାୟଗଡା ଜିଲ୍ଲାରେ ହେବ ଯାହା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବ I ଏ ଆଇ ଏଫ ଯୋଜନାରେ ନୂତନ ଗୋଦାମ ନିର୍ମାଣ ହେବ ବୋଲି ଶ୍ରୀ ଚୌହାନ କହିଥିଲେ I ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସଡ଼କ, ଆବାସଗୃହ ଓ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଡ଼କ ଭିତ୍ତିଭୂମି ଗ୍ରାମୀଣ ବିକାଶର ଏକ ମୌଳିକ ସ୍ତମ୍ଭ ସ୍ଥାପନ କରିବ । ରାୟଗଡ଼Iର ସ୍ଥାନୀୟ ଜେଏସକୋ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଆପଲସ୍ୱାମୀ କାଦ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ବିଷମକଟକ ବିଧାୟକ ନୀଳମାଧଵ ହିକକା, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ,କେନ୍ଦ୍ରୀୟ ନିର୍ଦେଶିକା ରୀନା ଓ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଂଚାସୀନ ଥିଲେ I ୮ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ତାଙ୍କର ରାୟଗଡ଼I ଗସ୍ତ କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା- ୪ର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ l ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ରାୟଗଡ଼I ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ କରାଯିବ l ଏଥିପାଇଁ ୫୬୨. ୧୦କୋଟି ଟଙ୍କା ବ୍ୟୟ କରାଯିବ l ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତି ଗ୍ରାମକୁ ଯୋଗାଯୋଗ ହୋଇପାରିବ ବୋଲି କହିବା ସହ ଜିଲ୍ଲାରେ ନୂତନ ଭାବରେ ୫୫୨. ୨୧କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ l ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼I ଜିଲ୍ଲା ଓଡ଼ିଶାରେ ସର୍ବାଧିକ ପ୍ରକଳ୍ପ ରହିଛି l ଏହିଁ ଯୋଜନାରେ ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ସେବାର ଉପଲବ୍ଧତାକୁ ସକ୍ଷମ କରିବା, କୃଷି ଆୟ ବୃଦ୍ଧି କରିବା, ଉତ୍ପାଦନଶୀଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିବ । ଏହିଯୋଜନାରେ ପୂର୍ବରୁ ସଂଯୋଗ ହୋଇନଥିବା ଗ୍ରାମୀଣ ବସତିଗୁଡ଼ିକୁ ସବୁ ପାଣିପାଗରେ ଚାଲୁରହୁଥିବା ରାସ୍ତା ସହ ସଂଯୋଗ କରିବ ବୋଲି ସୂଚନା ଦେଇଥିଲେ । ସାମାଜିକ-ଆର୍ଥିକ ପରିବର୍ତନର ଏକ ପ୍ରମୁଖ ବାହକ ଭାବରେ ବିକଶିତ ହୋଇଛି, ଯାହା ବଜାର ସମନ୍ୱୟକୁ ସୁଦୃଢ଼ କରିଛି, କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟ ପ୍ରାପ୍ତିକୁ ସହଜ କରିଛି ଏବଂ କୃଷି ଓ ଅଣ-କୃଷି ଜୀବିକାକୁ ସମର୍ଥନ କରିଛି। ସାମୂହିକ ଭାବରେ, ଏହି ଫଳାଫଳଗୁଡ଼ିକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବାରେ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଭୂମିକାକୁ ଦର୍ଶାଉଛି ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ କହିଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଗୁଣପୁର ଉପଜିଲ୍ଲାପାଳ ଦିଲୀପ ଅଭିଷେକ ଦୁଧIଲ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୩୦ କୋଟି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୩୦ କୋଟି ଟଙ୍କା ବ୍ୟୟରେ ନୂଆ ଯୋଜନାର ଘୋଷଣା କରିଥିଲେ ଯାହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ I ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଧନ୍ୟବାଦ ଅର୍ପଣ କରିଥିଲେ Iରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ