ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁରଙ୍କ ଲରମ୍ଭା କଲେଜ କୁ ଅଚାନକ ପରିଦର୍ଶନ।

ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁରଙ୍କ ଲରମ୍ଭା କଲେଜ କୁ ଅଚାନକ ପରିଦର୍ଶନ।

ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁରଙ୍କ ଲରମ୍ଭା କଲେଜ କୁ ଅଚାନକ ପରିଦର୍ଶନ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନସ୍ଥ ଲରମ୍ଭା କଲେଜକୁ ନିର୍ଦ୍ଦେଶକ ପ୍ରଫେସର ମୁରଲୀଧର ମାଝୀ ଅଚାନକ ପରିଦର୍ଶନରେ ଆସିଥିଲେ | କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ଆଲୋଚନା ଜାରିରଖି କଲେଜର ବିଭିନ୍ନ ସମସ୍ୟା ଉପରେ ବୁଝି ଥିଲେ | ଜାତୀୟ ଶିକ୍ଷା ନୀତି ଉପରେ ଆଧାରିତ ସିଲାବସ, ଚତୁର୍ଥ ସେମିଷ୍ଟାରର ଇଣ୍ଟରନସିପ, ପି. ଜି. ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାରଦର୍ଶୀତା, ଚଳିତ ବର୍ଷର ଆଇ. ଆଇ. ଟି ଜାମ ପ୍ରବେଶ ପରୀକ୍ଷାର ସ୍ଥିତି, ଜାତୀୟ ସେବା ଯୋଜନା, ଯୁବରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମ, ପୁରାତନ ଛାତ୍ର ସଂଘ ଓ ଚଳିତ ଅଭିଭାବକ ସଂଘ, କଲେଜ ଇଣ୍ଟେରନାଲ କମିଟି, ହିମସ ପୋର୍ଟାଲ, ଦିବ୍ୟାଙ୍ଗ ଶୌଚାଳୟ ଉପରେ ଆଲୋଚନା କରିଥିଲେ | ଏଥିସହ କଲେଜ ପାଠାଗାର ପରିଦର୍ଶନ କରି ପୁସ୍ତକ ଡିଜିଟାଲାଇଜେସନ ସହ ଆର୍ଥିକ କାଗଜ ପତ୍ର ଉପରେ ତଦାରଖ କରିଥିଲେ | ଚଳିତ ବର୍ଷ ଆଇ. ଆଇ. ଟି ଜାମ ପ୍ରବେଶ ପରୀକ୍ଷାରେ କଲେଜର ଗଣିତ ବିଭାଗର ଛାତ୍ର ଓମ ପ୍ରକାଶ ପ୍ରଧାନ ଓଡିଶା ଟପ୍ପର ଥିବାବେଳେ ସର୍ବ ଭାରତୀୟ ସ୍ତରରେ ବିଂଶ ତମ ତାଲିକାରେ ରହିଅଛନ୍ତି | ତଦ୍ରୁପ ମନୋଜ ବେହେରା (୩୪୭),ଲିପି ପ୍ରଧାନ (୫୩୦),ରତିରଞ୍ଜନ ଦାଶ (୧୭୨୫),ସୌମ୍ୟ ରଞ୍ଜନ ସାହୁ (୧୭୫୬),ଅମନ ସେଟ (୧୮୩୭) ଥିବାବେଳେ କଲେଜର ପଦାର୍ଥ ବିଜ୍ଞାନ ବିଭାଗରୁ ଆଶିଷ ଦୋରା (୧୫୮୧),ଶୁଭକାନ୍ତି ବେଜ ଆୟୁଷ ମିଶ୍ର (୨୨୨୫),(୨୪୭୨),ଶ୍ରୁତିମୟୀ ପଟେଲ (୪୨୬୦) ତମ ସର୍ବ ଭାରତୀୟ ସ୍ତରରେ ସ୍ଥାନ ଲାଭ କରି ଗୌରବ ଆଣି ଥିବାରୁ ଶୁଭେଚ୍ଛା ଜଣାଇଥିଲେ | କିଟ ପକ୍ଷରୁ ଆୟୋଜିତ କଲେଜ ପରିସରରେ ହେଉଥିବା ଆଲୋଚନା ଚକ୍ରରେ ଯୋଗଦେବା ସହ କଲେଜର କାର୍ଯ୍ୟକଳାପ ଓ କାଗଜପତ୍ର ଉପରେ ସନ୍ତୋଷ ପ୍ରକାଶ କରିଥିଲେ | ତଦାରଖ ସମୟରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ |