ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଯୁକ୍ତ ନଳିନୀକାନ୍ତ ସାହୁ ଙ୍କ ଦାୟିତ୍ୱ ଗ୍ରହଣ …………………………………କନ୍ଧମାଳ :- ୨୨/୪/ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀ ନୂତନ ଭାବରେ ଶ୍ରୀଯୁକ୍ତ ନଳିନୀ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ସୂଚନା ଅନୁସାରେ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସେଠି ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଭୁବେନେଶ୍ୱର କୁ ପଦୋଉନ୍ନତି ପରେ ଶ୍ରୀ ଯୁକ୍ତ ଗଦାଧର ପାତ୍ର ଅସ୍ଥାୟୀ ଭାବରେ ୪/୫/ମାସ ପର୍ଯ୍ୟନ୍ତ ସୂଚାରୁ ରୂପେ ଦାୟିତ୍ୱ ତୁଲାଇ ଥିଲେ l ଶ୍ରୀ ସେଠି ମହୋଦୟ ତିନୋଟି କାର୍ଯ୍ୟାଳୟର କଥା ବୁଝୁଥିଲେ ବୋଲି ସଂସ୍କୃତି ବିଭାଗ ରେ ଅଧିକାଂଶ ସମୟ ଦେଇପାରୁ ନ ଥିଲେ ତେଣୁ କଳାକାରଙ୍କ ବିଭିନ୍ନ ସମସ୍ୟା ସମାଧାନ ହୋଇପାରୁ ନ ଥିଲା l ଦୀର୍ଘଦିନ ପରେ ସ୍ଥାୟୀ ଭାବରେ ଶ୍ରୀ ନଳିନୀ ସାହୁ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବରେ ଯୋଗଦାନ ଦେଲେ ଯା’ହାକି କଳାକାରଙ୍କ ମନରେ ବେସ୍ ଉତ୍ସlହ ଦେଖାଦେଇଛି l ଯେକୌଣସି ସମସ୍ୟା ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି ଶ୍ରୀ ଯୁକ୍ତ ସାହୁ ଏହା ପୂର୍ବରୁ କଟକରେ ଜିଲ୍ହା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ନିଭାଉ ଥିଲେ ଏବଂ ନିଜର କାର୍ଯ୍ୟ ଦକ୍ଷତା ପାଇଁ ବେସ୍ ଗୌରବାନିତ ଥିଲେ ବର୍ତମାନ ସେ କନ୍ଧମାଳ ର କଳାକାର ଏବଂ କଳା ସଂସ୍କୃତି ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇ ବିକାଶ କରିବାପାଇଁ ଉଚିତ ପଦକ୍ଷେପ ନେବେ ‘ଯାହା ବିଶେଷ ସୂତ୍ରରୁ ଜଣାପଡିଛି ଏହିପରି ପ୍ରେକ୍ଷୀରେ ଶ୍ରୀ ଯୁକ୍ତ ଗଦାଧର ପାତ୍ର ଦାୟିତ୍ୱ ଭାର ଆସ୍ତାନ୍ତର ପୂର୍ବକ ସ୍ୱଗତ ସମ୍ବର୍ଦ୍ଧନା କରିଥିବ ଦେଖିବାକୁ ମିଳିଛି l
ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଯୁକ୍ତ ନଳିନୀକାନ୍ତ ସାହୁ ଙ୍କ ଦାୟିତ୍ୱ ଗ୍ରହଣ
