ଗଞ୍ଜାମ ଜିଲ୍ଲା ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟାପୋଲସରା
୧୯/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ରେ ପ୍ରଥମ ଥର ପାଇଁ ଏକ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି। ସମ୍ପର୍କରେ ଲାଗିଲା ରକ୍ତର ଛିଟା, ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା ଘଟଣା ଘଟାଇଥିବା ବେଳେ ଏହି ଘଟଣାକୁ ନେଇ ପୁରା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (19)। ରାଜଦୀପ କୁ ପ୍ରଥମେ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ସୂଚନା ମୁତାବକ ଗତ ୧୬ ତାରିଖ ଦିନ ପ୍ରାୟ ୨ ଟାରେ ରାଜଦୀପ କୁ ନିଜ ଗ୍ରାମ ମାଳତେନ୍ତୁଳିଆ ନିକଟ ବର୍ତ୍ତୀ ଅଞ୍ଚଳରୁ ଅପହରଣ କରି ପ୍ରଥମେ ବ୍ରହ୍ମପୁର ଏବଂ ପରେ ଅନ୍ୟତ୍ର ନେଇଥିଲେ । ରାଜଦୀପ ଙ୍କ ମୃତଦେହକୁ ସୋରଡ଼ା ଥାନା ଦାରିଙ୍ଗିବାଡି ନିକଟ ଜଙ୍ଗଲରୁ ଠାବ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଅଭିଯୁକ୍ତ ସୁବ୍ରତ ସାହୁ ସମେତ କିଛି ସହଯୋଗୀ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲସରା ଥାନା ପୋଲିସ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହାକୁ ନେଇ ମୃତକଙ୍କ ବଡ଼ ବାପା ପ୍ରଶାନ୍ତ ସାହୁ ଓ ବାପା ପ୍ରକାଶ ଚନ୍ଦ୍ର ସାହୁ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଘର ସାମ୍ନାରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
