ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ

ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ

ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ

କୋରାପୁଟ: ବୈପାରିଗୁଡା ()କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ତଲିଆଗୁଡ଼ା ଗ୍ରାମରେ ଏକ ସନ୍ଦେହଜନକ ମୃତ୍ୟୁ ଘଟଣା ଚଞ୍ଚଳତା ସୃଷ୍ଟି କରିଛି। ସେନାପତି ହରିଜନଙ୍କ ୨୧ ବର୍ଷୀୟା ଝିଅ ଜହ୍ନ ହରିଜନଙ୍କ ମୃତଦେହ ନିକଟସ୍ଥ ଡୁମୁରିଝୋଲି ନୀଳଗିରି ଜଙ୍ଗଲରେ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି।ପରିବାର ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଜହ୍ନ ଘରୁ ବାହାରିଥିଲେ, କିନ୍ତୁ ସନ୍ଧ୍ୟା ସୁଦ୍ଧା ଫେରି ନଥିଲେ। ପ୍ରଥମେ ସେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସାଧୀନ ଜେଜେମାଙ୍କୁ ଦେଖିବାକୁ ଯାଇଥିବେ ବୋଲି ପରିବାର ଭାବିଥିଲେ।କିନ୍ତୁ ଆଜି ସକାଳ ପ୍ରାୟ ୮ଟା ବେଳେ ଜହ୍ନଙ୍କ ମୃତଦେହ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଥିବା ଖବର ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପରିବାର ଏହାକୁ ଆତ୍ମହତ୍ୟା ନୁହେଁ ବରଂ ପୂର୍ବରୁ ହତ୍ୟା କରି ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି।ଝିଅଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ସହ ଘଟଣାସ୍ଥଳରେ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଛି।

ଏହା ସହିତ ମୃତଦେହ ନିକଟରେ ମଦ ବୋତଲ, ଗ୍ଲାସ ଏବଂ ସିଗାରେଟ ମିଳିଥିବାରୁ ଅପରାଧିକ କାର୍ଯ୍ୟ ଘଟିଥିବା ସନ୍ଦେହ ଜୋରଦାର ହୋଇଛି।ଏତଲା ଆଧାରରେ ବୈପାରିଗୁଡା ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯିବ।ଘଟଣାକୁ ନେଇ ପରିବାର ଲୋକେ ଦୋଷୀଙ୍କୁ ଶୀଘ୍ର ଗିରଫ କରି କଡ଼ା ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।