୮ମ ଦିବସ ବାଣିଜ୍ୟ ମେଳା ରେ ଲୋକ ଙ୍କ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ବିଭୋର ଦର୍ଶକ.

୮ମ ଦିବସ ବାଣିଜ୍ୟ ମେଳା ରେ ଲୋକ ଙ୍କ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ବିଭୋର ଦର୍ଶକ.

୮ମ ଦିବସ ବାଣିଜ୍ୟ ମେଳା ରେ ଲୋକ ଙ୍କ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ବିଭୋର ଦର୍ଶକ…..

କନ୍ଧମାଳ :-ତା ୧ ୬/୦୪ ( ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୮ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ନିମନ୍ତ୍ରଣ ସତ୍ତ୍ଵେ ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହି ମେଳl କୁଆସିପାରି ନ ଥିଲି ତେବେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବିଧାୟକ ପ୍ରଧାନ କହିବା ସହ ଏହାକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l l ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ,ଖଜୁରିପଡା ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀ ପତି, ଜିଲ୍ଲା କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନଜୀବି ଚଂଦ୍ର ଶେଖର ପରିଡ଼ା ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର,ଉପ ସଭାପତି ସୁଜିତ କୁମାର ବେହେରା, ନୀଳ ମାଧବ ମିଶ୍ର, ମହମ୍ମଦ ଚୀଷ୍ଟି ପ୍ରମୁଖ ଯୋଗ ଦେଇ ଥିଲେ l

ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ଆୟୋଜନ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସୋନ୍ତଶ କୁମାର ବେହେରା, ଅନିତା ପଟନାୟକ, ରଞ୍ଜିତ ବେହେରା, ଶୁଭ୍ରl ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବ l ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଙ୍ୟlନ୍ସ ଏକାଡେମୀ ର କଳାକାର ମାନେସୁନ୍ଦର ସାଂସ୍କୃତିକବିଚିତ୍ରା କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ ସହ ସାଂସ୍କୃତିକ ସମ୍ପାଦକ ମୁଷ୍କlନ୍ ସୁଆର ମଞ୍ଚ ପରିଚାଳନା କରିଥିଲେ l ଏହି ମେଳା ରେ ଶତାଧିକ ଷ୍ଟଲ ଖୋଲାଯାଇଛି l ସୁପର ବଜାର ଓ ସ୍ୱତନ୍ତ୍ର ଆକର୍ଷଣ ଜଳ ପରୀ ସୋ ରହିଛି l ପ୍ରତିଦିନ ଅପରାହ୍ନ ୪ଟା ରୁ ୧୦ଟା ଯାଏଁ ମେଳା ଖୋଲା ରହୁଥିବା ମେଳା ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ କହିଛନ୍ତି l l