ଗଞ୍ଜେଇ ଧରିବାକୁ ଯାଇ ହଟହଟା ହେଲା ଗଜପତି ପୋଲିସ୍; ଆକ୍ରମଣ ସହ ବନ୍ଦି କଲେ ଗ୍ରାମବାସୀ, ୧୩ ଗିରଫ । ଗଜପତି,୧୬।୪( ମନୋଜ ପାଢ଼ୀ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗାଁ ନିକଟରେରେ ଗଞ୍ଜେଇ କାରବାର ନେଇ ଖବର ପାଇଥିଲା ପୋଲିସ । ହେଲେ ଚଢାଇ କରିବା ପୋଲିସକୁ ମହଙ୍ଗା ପଡିଛି । ଗାଁରେ ପାଖାପାଖି ୮ରୁ ୯ ଜଣ ପୋଲିସ କର୍ମଚାରୀଙ୍କୁ ଦୀର୍ଘ ଘଣ୍ଟା ଧରି ଆକ୍ରମଣ କରିବା ସହ ବନ୍ଦି କରି ରଖିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଦେଇଥିଲେ।ଏମିତି କି ଏକ ସବ ଇନ୍ସପେକ୍ଟରଙ୍କ ପିସ୍ତଲକୁ ମଧ୍ୟ ନେଇ ଧମକ ଦେଇଥିବା ସୂଚନା ମିଳିଛି । ଦୀର୍ଘ ଘଣ୍ଟା ପରେ ପୋଲିସ ଫୋର୍ସ ମୁତୟନ ପରେ ପୋଲିସ କର୍ମଚାରୀଙ୍କୁ ଗାଁ ଲୋକେ ଛାଡିଥିଲେ । ଯାହାକୁ ନେଇ ଗୁରୁବାର ସକାଳ ସମୟରେ ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଗାଁରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ଏକ କାଳୀନ ଚଢ଼ାଉ କରିଥିଲା। ଚଢ଼ାଉରେ ପାଖା ପାଖି ୧୩ ଜଣଙ୍କୁ ଉଠାଇ ଆଣି ଗିରଫ କରାଯିବା ସହ ୭୩ /୨୬ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ । ଏମିତି କି ଗାଁ ରୁ କିଛି ଗଞ୍ଜେଇ ବସ୍ତା ମଧ୍ୟ ଜବତ କରିଛି ପୋଲିସ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗଞ୍ଜେଇ ଧରିବାକୁ ଯାଇ ହଟହଟା ହେଲା ଗଜପତି ପୋଲିସ୍; ଆକ୍ରମଣ ସହ ବନ୍ଦି କଲେ ଗ୍ରାମବାସୀ, ୧୩ ଗିରଫ ।
