ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ଼ (info media )- ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି l ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ମାନ୍ୟବର, ମାନ୍ୟବର ସାଂସଦ କୋରାପୁଟ ଲୋକସଭା, ଶ୍ରୀଯୁକ୍ତ କାଡ୍ରାକା ଅପ୍ପlଲ ସ୍ୱାମୀ, ମାନ୍ୟବର ବିଧାୟକ, ରାୟଗଡ଼, ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲାପାଳ, ରାୟଗଡ଼,ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର,ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ପ୍ରକଳ୍ପ ପ୍ରଶାସକ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ଶିକ୍ଷବିତ୍ତ ଡ୍. ଦୁଷ୍ମନ୍ତ କୁମାର ମହାନ୍ତି, ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ,ସମାଜ ସେବୀ ଵି କlନ୍ତା ରାଓ,ଆଇନଜୀବୀ ପ୍ରଦୀପ ଦାଶ,ତ୍ରିନାଥ ବିଭାର,ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମଲ୍ୟାର୍ପଣ କରିଥିଲେ l ଏହାପରେ ସ୍ଥାନୀୟ ରାୟଗଡ ମହିଳା ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ବକ୍ତା ଶିକ୍ଷବିତ୍ତ ଡ୍. ଦୁଷ୍ମନ୍ତ କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ଶ୍ରୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ,ଶ୍ରୀ କହଁର, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଖେମୁଣ୍ଡୁ, ପ୍ରକଳ୍ପ ପ୍ରଶାସକ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ମାଝୀ ଯୋଗଦେଇ ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର ଆମ୍ବେଦକରଙ୍କ ସଂଘର୍ସମୟ ଜୀବନୀ ଓ ଆଦର୍ଶ ଗୁଣାବଳୀ ଉପରେ ଉପସ୍ଥାପନା କରି କହିଥିଲେ ଯେ ଆମ୍ବେଦକର ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ ଓ ତାଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶାନ୍ତିଲତା ମିଶ୍ର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଏଲିଜାବେଥ ନାୟକ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମିତା ନାୟକ, ଶ୍ରୀମତୀ ଭାରତୀ ଚୌଧୁରୀ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ସମାଜ ସେବି କାନ୍ତl ରାଓ, ଗଣମାଧ୍ୟମ ପ୍ରତିନିଧି ମାନେ ଆଦି ଯୋଗ ଦେଇଥିଲେ l ଡ଼ଃ ଅମ୍ବେଦକରଙ୍କ ଜୟନ୍ତି ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅଥିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଧନ୍ୟବାଦ ଅର୍ପଣ କରିଥିଲ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କୁମୁଦିନୀ ମିଶlଲ, ମାନସ ରଞ୍ଜନ ସାହୁ,ସୁଭାଷ କେରକେଟା, ସମ୍ରାଟ ସାହୁ,ରଂଜିତ ପୀରବାକ, ଚନ୍ଦ୍ର ଶେଖର ପ୍ରମୁଖ ସହଯୋଗ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ