ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଓ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ l
ରାୟଗଡା ( info media)ଓଡ଼ିଆ ପକ୍ଷ ପାଳନର ଦ୍ବାଦଶ ଦିବସ ଅବସରରେ ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ବନ୍ଦନୀୟ ବରପୁତ୍ର ଓ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଓଡ଼ିଶାର ବରେଣ୍ୟ ବରପୁତ୍ରଙ୍କ ଜୀବନୀ ଓ ଅବଦାନ ବିଷୟରେ ଏକ ଆଲୋଚନା ଚକ୍ର ତଥା କବିତା ଆସର ରେ ବିଶିଷ୍ଟ ସାହିତ୍ୟିକ, କବି, ଯୁବ ଲେଖକ, ଲେଖିକା ପ୍ରମୁଖ ଅତ୍ୟନ୍ତ ଉତ୍ସାହ ର ସହ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର, ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି , ସମ୍ମାନିତ ବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁଶାନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ ଆଦ ଯୋଗଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଆବାହିକା ଭାବେ ସୁଚାରୁ ରୂପେ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ ଏବଂ ଶିକ୍ଷକ ଓ ସଙ୍ଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ମଞ୍ଚ ସଂଚାଳନ କରି ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଆ ବରପୁତ୍ରଙ୍କର ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମର ଆବାହିକା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବ ବିଷୟରେ ଆଲୋଚନା କରିବା ସହ ଓଡ଼ିଆ ଭାଷା, ପରମ୍ପରା, ବେଶ ପୋଷାକ, ଜୀବନ ଶୈଳୀ ପାଇଁ ଆମ ଓଡିଶା ଗାରିମାମୟ ହୋଇପାରିଛି, ବରପୁତ୍ରଙ୍କ ଜିବନୀ ଆମକୁ ଗର୍ବିତ କରିବା ସହ ଓଡ଼ିଆ ଅସ୍ମିତାର ରକ୍ଷା କରିବାରେ ପ୍ରେରଣା ଦେଇଥାଏ ବୋଲି ପ୍ରକାଶ କରିଥିଲେ । ସେହିପରି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ସ୍ୱତନ୍ତ୍ର ଓଡିଶା ଗଠନରେ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନଦର୍ଶ ଗୁଣାବଳୀ ଉପସ୍ଥାପନା କରିଥିଲେ l ସାହିତ୍ୟିକ ସୁଶାନ୍ତ କୁମାର ନାୟକ ରାୟଗଡ଼ ମାଟିର ବରପୁତ୍ର ବିଶେଷ କରି ସାହିତ୍ୟ କ୍ଷେତ୍ରର ଅବଦାନ ରହିଥିବା ଡ଼ଃ ଦମ୍ବରୁଧର ପଟ୍ଟନାୟକ, ଶିବ ପ୍ରସାଦ ଗନ୍ତାୟତ, ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ଶାନ୍ତିଦେବୀଙ୍କ ଅବାଦନ ବିଷୟରେ ଉପସ୍ଥାପନା କରିଥିଲେ l ଶ୍ରୀ ବସନ୍ତ କୁମାର ପ୍ରଧାନ ଓଡ଼ିଆ ବରପୁତ୍ରଙ୍କ ସ୍ବାଭିମାନ, ତ୍ଯାଗ, ବୀରତା ଓ ସଚ୍ଚୋଟ ପଣିଆ ଆଦି ଦିଗ ଉପରେ ଆଲୋକପାତ କରିବା ସହ ନୂତନ ପିଢ଼ିଙ୍କୁ ଏ ମାଟିରେ ଜନ୍ମ ଗ୍ରହଣ କରିଥିବାରୁ ନିଜକୁ ଗର୍ବିତ ଅନୁଭବ କରିବାକୁ ପ୍ରେରିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କବି ବିପିନ ବିହାର ବିଶ୍ୱାଳ, ରାଜଲକ୍ଷ୍ମୀ ଦେବୀ, ତ୍ରିବେଣୀ ମିଶ୍ର, ପ୍ରତିମା ରାଣୀ ମିଶ୍ର, ଶିବ ପ୍ରସାଦ ମିଶ୍ର,ପ୍ରଶାନ୍ତି ସାହୁ, ଶ୍ରୀମତୀ ସୁସ୍ମିତା ମିଶ୍ର, ଲୋକନାଥ ପଣ୍ଡା, ସୁଭାଷ ଚନ୍ଦ୍ର ବେହେରା, ବିମଳେନ୍ଦୁ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ରବି ଶତପଥୀ,ଅରୁଣ ପାଣିଗ୍ରାହୀ,ଶ୍ରୀଧର ମହାରଣା, ଶ୍ରୀମତି ରୋଜାଲିନି ମଲ୍ଲ, ଶ୍ରୀମତୀ ରୋଜାଲିନି ରାଉତ , କଲ୍ୟାଣୀ ସlସମାଲ ଆଦି ବନ୍ଦନୀୟ ବରପୁତ୍ର ଓ ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ l ଏହା ସହିତ ଯୁବ କବୟତ୍ରୀ ମାନେ ନିଜସ୍ୱ କବିତା ମାନେ ଆବୃତ୍ତି କରିଥିଲେ l ସମସ୍ତ କବିମାନଙ୍କୁ ପ୍ରୀତି ଉପହାର, ପ୍ରମାଣ ପତ୍ର ଓ ସମ୍ମାନ ରାଶି ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରୀଙ୍କ ସମେତ ଅନେକ ଓଡିଆ ପ୍ରେମୀ ଏଥିରେ ଯୋଗ ଦେଇଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
