ପୈରପରିଷଦ ଅଧକ୍ଷତାରେ ଦୈନିକ ପରିବା ବଜାର ପ୍ରତ୍ୟେକ ମାସର ସଂକ୍ରାନ୍ତି ବଦଳରେ ଶେଷ ରବିବାରରେ ହିଁ ବନ୍ଦ ନିଷ୍ପତ୍ତି ।
ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୈନିକ ପରିବା ବଜାରରେ ସଂକ୍ରାନ୍ତି ଦିନରେ ପରିବା ବିକ୍ରୟ ବନ୍ଦ ଉପରେ ସହରର ବୁଦ୍ଧିଜୀବୀ ମହଲରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ପାରଳାଖେମୁଣ୍ଡି ପୌର ଅଧିକାରୀ ଙ୍କୁ ଦାଇତ୍ୱ ଦେଈ ଥିଲେ। ଏହି ଅଭିଯୋଗ କାରି ଅତିରିକ୍ତ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା ପରେ ପୁନଃର୍ବାର ଦୈନିକ ପରିବା ବଜାର ବନ୍ଦ ଉପରେ ଅନସନ କରିବା ପାଇଁ ଆବେଦନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ କାରି ଙ୍କ ଅନସନ ଆବେଦନ କୁ ଭିତ୍ତି କରି ପୈଠ ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦାଇତ୍ୱ ଦେଇଥିଲେ। ଏହି ଅବସରରେ ପାରଳାଖେମୁଣ୍ଡି ପୌରପାଳିକାର ଅଧ୍ୟକ୍ଷା ନିର୍ମଳା ସେଠି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ଗତ କାଲି ତାରିଖ ୧୧.୦୪.୨୦୨୬ ସନ୍ଧ୍ୟା ୫ଟାରେ ପାରଳାଖେମୁଣ୍ଡି ପୌରପାଳିକାର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ସଂକ୍ରାନ୍ତି ଦିନରେ ଦୈନିକ ବଜାର ବନ୍ଦ ଉପରେ ବୈଠକରେ ଉଭୟ ପକ୍ଷ ତରଫରୁ ଅପସ ବୁଝାମଣା ହୋଇଥିଲା ଏହି ଅବସରରେ ଦୁଇ ଦିନ ଧରି ଚାଲିଥିବା ଆଲୋଚନା ସମାଲୋଚନା ରେ ପୂର୍ଣ୍ଣଛେଦପଡ଼ିଛି। ଏହି କିଯେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୈନିକ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସଂକ୍ରାନ୍ତି ଦିନରେ ପରିବା ବିକ୍ରି ବନ୍ଦ ନକରି , ପ୍ରତ୍ୟେକ ମାସର ଶେଷ ରବିବାରରେ ପରିବା ବିକ୍ରି ବନ୍ଦ ରହିବ।
ଏହି ନିଷ୍ପତ୍ତି ସମସ୍ତେ ଗ୍ରହଣ କରିଥିଲେ। ଏହି ବିଷୟରେ ମଧ୍ୟ ପୈରପରିଷଦ ପକ୍ଷରୁ ପ୍ରଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଏହି ବୈଠକରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ଅଧ୍ୟକ୍ଷାଆ ନିର୍ମଳା ସେଠି,ପୈର ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ, ପାରଳାଖେମୁଣ୍ଡିର ପରିବା ବ୍ୟବସାୟୀ ଓ ଅଭିଯୋଗ କାରି ଏଡଭୋକେଟ ରାମ ନାୟକ, ବସନ୍ତ କୁମାର ପଣ୍ଡା,ପ୍ରଣୋଜ ପଟ୍ଟନାୟକ, ବିବେକାନନ୍ଦ ଗନ୍ତାୟତ,ଟିଲୁ ହୋତା, କୃଷ୍ଣ ବେହେରା ସନ୍ତୋଷ ପଟ୍ଟନାୟକ, ବିରଞ୍ଚି ମିଶ୍ର ପ୍ରମୁଖ ଉପସ୍ଥିତିର ନେଇ ଥିବା ନିଷ୍ପତ୍ତି ଉପରେ ଅଧ୍ୟକ୍ଷା ନିର୍ମଳା ସେଠି ଏବଂ ଶ୍ରୀ ମୁର୍ମୁ ଙ୍କୁ ବୁଦ୍ଧିଜୀବୀ ମହଲରେ ଧନ୍ୟବାଦ ଜଣାଇଛନ୍ତି।
