ବର୍ଷେରୁ ଅଧିକ ସମୟ ହେଲା ସୀମା ନିର୍ଦ୍ଧାରଣ ହୋଇପାରୁନି, କର୍ମଚାରୀଙ୍କ ମନମାନୀ ନୀତି.ଆବେଦନାକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।

ବର୍ଷେରୁ ଅଧିକ ସମୟ ହେଲା ସୀମା ନିର୍ଦ୍ଧାରଣ ହୋଇପାରୁନି, କର୍ମଚାରୀଙ୍କ ମନମାନୀ ନୀତି.ଆବେଦନାକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।

ବର୍ଷେରୁ ଅଧିକ ସମୟ ହେଲା ସୀମା ନିର୍ଦ୍ଧାରଣ ହୋଇପାରୁନି, କର୍ମଚାରୀଙ୍କ ମନମାନୀ ନୀତି.ଆବେଦନାକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।

ଗଜପତି (ମନୋଜ ପାଢ଼ୀ)ସରକାର ପରିବର୍ତନ ହୋଇ ଦେଢ଼ ବର୍ଷ ହେଲାଣି। ନୂତନ ସରକାରଙ୍କ ନୀତି ଯାହା ସାଧାରଣ ଜନତାଙ୍କୁ ତ୍ୱରିତ ସେବା ଯୋଗାଇଦେବା ନେଇ ହେଲେ କିଛି କର୍ମଚାରୀଙ୍କ ମନମାନୀ ଏବଂ ଉଦେଶ୍ୟ ମୂଳକ ମନଭାବ ଯୋଗୁଁ ସରକାରଙ୍କ ନୀତି ଓ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହିପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ତହସିଲ କାର୍ଯ୍ୟାଳୟରେ। ଅଭିଯୋଗକାରୀଙ୍କ ସୂଚନା ପ୍ରକାରେ ଗାଇବା ଗ୍ରାମର ସୁସ୍ଥିର ସିଂ ଏକ ଘର ବାରି ଜାଗାର ସୀମା ନିର୍ଦ୍ଧାରଣ ପାଇଁ ୨୦୨୫ ସାଲ ମାର୍ଚ୍ଚ ମାସରେ ଆବେଦନ କରିଥିଲେ। ୨୦୨୫ ସାଲ ଜୁନ ମାସ ୧୬ ତାରିଖରେ ଆର. ଆଇ ମଧ୍ୟ ତାର ତଦନ୍ତ ରିପୋର୍ଟ ତହସିଲ ଅଫିସ କୁ ପ୍ରଦାନ କରିଛନ୍ତି। ଇତିମଧ୍ୟରେ ପ୍ରାୟ ଏକ ବର୍ଷ ବିତିଗଲାଣି ତଥାପି ସୀମା ନିର୍ଦ୍ଧାରଣ ଦାୟିତ୍ୱରେ ଥିବା ଅଧିକାରିଣୀ କେ. ନିର୍ମଳା କୁମାରୀଙ୍କ ପାଖରେ ଫାଇଲ ପଡ଼ିରହିଛି। ଇତି ମଧ୍ୟରେ ଆବେଦନାକାରୀ ପ୍ରାୟ ୩୦ ରୁ ୩୫ ଥର ତାଙ୍କ ପାଖକୁ ଯାଇ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନାହି ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ବିରୁଦ୍ଧରେ ଏହିପ୍ରକାର ଅନେକ ଅଭିଯୋଗ ହୋଇଛି ଏମିତିକି ଝାମୀ ପଞ୍ଚାୟତର ଜଣେ ଆବେଦନାକାରୀ ତାଙ୍କ ବିରୁଦ୍ଧରାରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାମହୋଇନଥିବା ଜଣାପଡିଛି। ବିଡମ୍ବନାର ବିଷୟ ଖୋଦ ତହସିଲଦାରଙ୍କ ନିର୍ଦେଶକୁ ମଧ୍ୟ ବେଖାତିର କରୁଥିବା ଜଣାପଡିଛି।କାହାର କଥା ମଧ୍ୟ ଶୁଣୁ ନାହାନ୍ତି ଅଫିସ କୁ ଆସିବାଠାରୁ ଯିବା ପର୍ଯ୍ୟନ୍ତ କେବଳ ମୋବାଇଲ ରେ ବ୍ୟସ୍ତ ରହିଥିବା ଅଭିଯୋଗ ହୋଇଛି। ହେଲେ ଅଫିସ କୁ ଆସି କୌଣସି କାମନକରି କେମିତି ଦରମା ପାଉଛି ବୁଦ୍ଧିଜୀବୀ ମହଲରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ତୁରନ୍ତ ଉକ୍ତ କର୍ମଚାରୀଙ୍କୁ ବଦଳି କରିବା ନିମନ୍ତେ ଦାବି କରିଛନ୍ତି। ଯଦି ବଦଳି କରାନଯାଏ ତାହାହେଲେ କେ. ନିର୍ମଳା କୁମାରୀଙ୍କ ବିରୁଦ୍ଧରେ ଅଫିସ ଘେରାଉ କରିବା ନିମନ୍ତେ ସୁସ୍ଥିର ସିଂ, ବୁଦ୍ଧିରାମ ଲିମା, ସ୍ଥିପାନ ନାଗ ଚେତାବନୀ ଦେଇଛନ୍ତି ।