ଜୟ ସଦଗୁରୁ ଯୁବକ ସଙ୍ଘ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
ରାୟଗଡ(info media) ଆଜି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକ କାର୍ଲାକଣା ପଞ୍ଚାୟତ ଅଙ୍ଗୁର ଗ୍ରାମ ଠାରେ ଜୟ ସଦଗୁରୁ ଯୁବକ ସଂଘ ତରପରୁ ଆୟୋଜିତ କ୍ରିକେଟ ଟୁରନାମେଣ୍ଟଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ମେଚ ରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦିନ୍ତି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା , ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପଳେଇ , ସମାଜସେବୀ ତଥା ଯୁବ ସଦାନନ୍ଦ ପେଦିନ୍ତି , ଜେକେପୁର ର ଯୁବ ନେତା ଶ୍ରୀ ଇଶ୍ୱର ରାଓ ଯୋଗଦେଇ ମେଚ ର ଉଦଘାଟନ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆଜିର ଏହି ଉଦଘାଟନ ମେଚ ର ପ୍ରଥମ ଖେଳ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ଆଜିର ଏହି ମେଚ ର ଅତିଥି ମାନେ ନିଜ ନିଜ ର ମନ୍ତବ୍ୟ ରେ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେବାସସହିତ ଏମିତି ମେଚ ଦ୍ୱାରା ଅଞ୍ଚଳ ରେ ଭାଇଚାରା ସୃଷ୍ଟି ହୁଏ ବୋଲି ମତ ରଖିଥିଲେ l ଜୟ ସଦଗୁରୁ ଯୁବକ ସଂଘ ର ସମସ୍ତ ସଭ୍ୟ ମାନେ ଆଜିର ଉଦଘାଟନ ମେଚ ରେ ଉପସ୍ଥିତ ଦର୍ଶକ ଓ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
