ପୁଅ ବହୁ ଘରୁ ଘଉଡାଇଦେଲା , ୧୫ ଦିନ ହେଲା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମା ଓ ଦିବ୍ୟାଙ୍ଗ ଝିଅ ।

ପୁଅ ବହୁ ଘରୁ ଘଉଡାଇଦେଲା , ୧୫ ଦିନ ହେଲା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମା ଓ ଦିବ୍ୟାଙ୍ଗ ଝିଅ ।

ପୁଅ ବହୁ ଘରୁ ଘଉଡାଇଦେଲା , ୧୫ ଦିନ ହେଲା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମା ଓ ଦିବ୍ୟାଙ୍ଗ ଝିଅ ।

ଗଜପତି, 6.4(ମନୋଜ ପାଢ଼ୀ)- : ଦଶମାସ ଦଶଦିନ ଗର୍ଭରେ ଧାରଣ କରି ଜନ୍ମ କରିଥିଲି। ଆଶା ଥିଲା ବାଦ୍ଧକ୍ୟ ବୟସରେ ସହାୟ ହେବ ହେଲେ ଓଲଟା ପର କରିଦେଲା ପୁଅ ଘରୁ ବି ତଡ଼ିଦେଲା। ଏବେ ଗତ ୧୫ ଦିନ ହେଲା ଏକ ବନ୍ଧ ଦୋକାନ ଆଶ୍ରୟ ନେଇଛୁ ରୋଷେଇ କରି ଏଠାରେ ହିଁ ଖାଉଛୁ । ସ୍ନାନଶୌଚ ସବୁ ବାହାରେ । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ସମୟେ ସମୟେ କାଳବୈଶାଖୀ ବର୍ଷା ପବନରେ ବହୁକଷ୍ଟରେ ବାରଣ୍ଡାରେ ଆଶ୍ରୟ ନେଇଛି! ସାଙ୍ଗରେ ବଢ଼ିଲା ୨୦ ବର୍ଷର ଦିବ୍ୟାଙ୍ଗ ଝିଅକୁ ନେଇ ରାସ୍ତାକଡ଼ରେ ଏମିତି ପଡ଼ି ରହିଛି। ପୁଅବୋହୂ ଘରୁ ବାହାର କରିଦେବା ପରେ ଏହେଉଛି ଜଣେ ମା’ର ଦୁଃଖଭରା ଅଭିବ୍ୟକ୍ତ। ବଢ଼ିଲା ଦିବ୍ୟାଙ୍ଗ ଝିଅକୁ ନେଇ କିଭଳି ଦୋକାନ ବାରଣ୍ଡାରେ ସୁରକ୍ଷିତ ରହିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ବୃଦ୍ଧାଜଣକ କହିବା ପ୍ରକାରେ ପାରଳାଖେମୁଣ୍ଡି ରେଳଷ୍ଟେସନ ନିକଟରେ ଥିବା ଶାନ୍ତି କଲୋନିରେ ଥିବା ନିଜ ଘରେ ସେ ରହି ଆସୁଥିଲେ। ତାଙ୍କ ନାମ ଭାଗି କରାଡ (୬୧) ଦୁଇ ପୁଅଙ୍କ ମଧ୍ୟରୁ ଜଣକର ପୂର୍ବରୁ ମୃତ୍ୟୁ ହୋଇଛି ଏକମାତ୍ର ଝିଅ ଦିବ୍ୟାଙ୍ଗ ତେବେ ଘରେ ବହୁ ସମୟରେ ପୁଅ ଓ ବୋହୂ ସମୟେ ସମୟେ ଅକାରଣରେ ଝଗଡ଼ା କରି ଆସୁଥିଲେ । ତେଣୁ ଘରେ ଅଶାନ୍ତି ଲାଗି ରହୁଥିଲା ଶେଷରେ ମା’ ଓ ଝିଅଙ୍କୁ ଘରୁ ବାହାର କରିଦେଲେ । ଏପରି ପରିଣତ ବୟସ ସାଙ୍ଗକୁ ସାଥିରେ ଦିବ୍ୟାଙ୍ଗ ଝିଅଟିଏ ଥିବାରୁ ସେ ଆଉ ଦୂରଦୂରାନ୍ତକୁ ଯିବା ସଠିକ ନୁହେଁ ଭାବି ବନ୍ଦ ଥିବା ଏକ ଦୋକାନ ବାରଣ୍ଡାରେ ପଡ଼ିରହିଥିବା ପ୍ରକାଶ କରିଛନ୍ତି। ପାଖରେ ରାସନକାର୍ଡ଼ ରହିଥିବା ବେଳେ ଦିବ୍ୟାଙ୍ଗ ଝିଅକୁ ଭତ୍ତା ମଧ୍ୟ ମିଳୁଛି ତେଣୁ ଯେନତେନ ଚଳିବା ସହଜ ହୋଇଥିଲେ ବି ବାସହରାହୋଇଯାଇଥିବାରୁ ଭାଗ୍ୟକୁ ଆଦରି ବାହୁନି କାନ୍ଦୁଛନ୍ତି ଅନେକ ପଥଚାରୀ ଶାନ୍ତନା ଦେଇ ଚାଲିଯାଉଛନ୍ତି । ତେବେ ପ୍ରଶାସନ ଏମାନଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।