ଗରାକୁମ୍ପା ଗ୍ରାମରେ ଦୁଇଦଣ୍ଡ ମିଳନ ଅନୁଷ୍ଠିତ
ଫୁଲବାଣୀ :୫/୨୬(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ରାଣାପ୍ରତାପ ଯୁବକ ସଙ୍ଘ ତରଫରୁ ଗରାକୁମ୍ପା ଗ୍ରାମରେ ପଞ୍ଚ ବାର୍ଷିକ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ଗ୍ରାମର ମା, ଭଉଣୀ, ବାପା,ଯୁବକ, ଯୁବତୀ ସମସ୍ତେ ମିଳିତ ଭାବରେ ମୁଖ୍ୟ ରାସ୍ତା ରୁ ବାଜାବାଦ୍ୟ କରି ଆଡମ୍ବର ସହକାରେ ଛକ ରୁ ଗ୍ରାମକୁ ବରଣ କରି ଆଣିଥିଲେ। ଦଣ୍ଡଥଳ କୁ ଆଣି ପୂଜାଵିଧି ସାରି ଖାଦ୍ୟପାନ କରି ଦିନ ୩ ଟା ସମୟ ରେ ନାଚ ଆରମ୍ଭ କରିଥିଲେ। ଏଥିରେ ଆର ନୂଆଗାଁ ଓ ଶିଶିବାଲି ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ ଓ ସନ୍ଧ୍ୟା ସମୟ ରେ ଶେଷ କରି ଜଳ ଘାଟ କୁ ଯାଇ ନିତ୍ୟ କର୍ମ କରି ଆସିଥିଲେ। ସନ୍ଧ୍ୟା 7 ଟା ସମୟ ରେ ଦଣ୍ଡ ମେଡ଼ ଦେଖିବାକୁ ମିଳିଥିଲା। ସେଠାରେ ଭକ୍ତ ମାନଙ୍କ ର ର ରୋଗଦୁଃଖ କୁଦୁରକରିବାକୁ ଭଗବାନ ଙ୍କ ଉଭା ହେବା ସମୟ ରେ ନିଜ ନିଜ ର ଦୁଃଖ କୁ ପ୍ରକାଶ କରି ପଚାରି ବୁଝିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ସ୍ଵର୍ଣ୍ଣଲତା କହଁର ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ସମାଜ ସେଵୀ ଦଶରଥ ସାହୁ, ପୂର୍ବତନ ବ୍ଲକ ଚ୍ୟାରମେନ ବୀରେନ୍ଦ୍ର କହଁର,ବୁଦ୍ଧିଜୀବୀ ସମୀର ଘଟାଲ, ଜିତେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମର ସଭାପତି ରସାନନ୍ଦ କହଁର, ସମ୍ପାଦକ ସୁଧୀର କହଁର, ଉପସଭାପତି ଯତ୍ନ କହଁର, ସହ ସମ୍ପାଦକ ବିନୋଦ କହଁର ସୁଚାରୁ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଭରତ ବେହେରା, ଅଭିମନ୍ୟୁ କହଁର ଙ୍କ ସମେତ ଗ୍ରାମର ସମସ୍ତେ ସହଯୋଗ କରିଥିଲେ।
