ଟିକାବାଲି ରେ ପ୍ରଥମ ଥର ଆରମ୍ଭ ହେଲା ଟିକାବାଲି ମହୋତ୍ସବ ୨୦୨୬……………………………
କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସ୍ଥିତ ହାଇସ୍କୁଲ ପଡିଆରେ ଆଜି ଟିକାବାଲି ମହୋତ୍ସବ ର ଶୁଭ ଉଦ୍ଘାଟନ ଉତ୍ସବ ଅତି ନିଆରା ଡ଼ଙ୍ଗରେ ଅନୁଷ୍ଠିତ ହୋଇଛି l ଆଜିର ଏହି ଉତ୍ସବ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର , ସମ୍ମାନିତ ଅତିଥି ଭାବେ ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ବିଷ୍ଣୁ ଗୋବିନ୍ଦ, ଗୋଷ୍ଠୀଉନ୍ନୟନ ଅଧିକାରୀ ଖଜୁରୀପଡା ଶ୍ରୀ ଦତ୍ତାତ୍ରୟ ବାହିନୀପତି,ଟିକାବାଲି ତହସିଲଦାର ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନୀଲ ମଳିକ,ଟିକାବାଲି କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି,କଇଁଝର ସରପଞ୍ଚ ଶ୍ରୀମତୀ ରୁନିତା କଂହର, ବୁର୍ବିନାଯୁ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ, ଜିଲ୍ଲା କଳାକାର ସଂସ୍କୃତି ସଂଘ ଉପସଭାପତି ବିଜେନ୍ଦ୍ର ପ୍ରଧାନ, କଳାକାର ମହାସଂଘ ଟିକାବାଲି ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲ ( ବୁଲୁ ) ସମେତ ଅଞ୍ଚଳର ଅନେକ କଳାକାର ଏବଂ ବୁଦ୍ଧିଜୀବି ମାନଙ୍କ ଉପସ୍ଥିତ ରେ ଟିକାବାଲି ଉତ୍ସବ ପ୍ରଥମ ଥର ପାଇଁ ଅତି ସୁନ୍ଦର ଏବଂ ଅନନ୍ୟ ରୂପେ ପାଳିତ ହୋଇଛି l ଏହି ଉତ୍ସବ ବିଳମ୍ୱ ହୋଇଥିଲେ ସୁଦ୍ଧା ଅଞ୍ଚଳ ପାଇଁ ସବୁଆଡ଼ୁ ଖୁସି ଓ ଶୁଭସଂକେତ ର ସୁଅଛୁଟି ବାରେ ଲାଗିଛି l ଦର୍ଶକଙ୍କ ଭିଡ଼ ମଧ୍ୟରେ ଅତି ସୁନ୍ଦର ପାରମ୍ପରିକ ଲୋକ କଳା ଏବଂ ସଂଗୀତ ର ତାଳେ ତାଳେ ଝୁମିବାରେ ନାଚିବାରେ ପୁରା ମଞ୍ଚ କୁ ଧୂଲେକେଇ ଥିଲେ ଅନେକ କଳାକାର l ଏପରି ଲୋକକଳା ସଂସ୍କୃତି, ଏବଂ ଭାଇଚାରା ର ପର୍ବ ଟିକାବାଲି ମହୋତ୍ସବ କୁ ଅନେକ ଶୁଭେଚ୍ଛା ସହିତ ପ୍ରତି ବର୍ଷ ଯେପରି ପାଳିତ ହୋଇ ପାରିବ ସେଥିପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଜାଗ୍ରତ ସୃଷ୍ଟି କରିଛି l
