ଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣ ପୁରସ୍କାର ପାଇଲେ ସଂଜୀବ କୁମାର ଦାସ।
ଗଜପତି,୩୧.୩(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସଂଜୀବ କୁମାର ଦାସ ଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା।””ରାଷ୍ଟ୍ର ନିର୍ମାଣ ପୁରସ୍କାର -୨୦୨୬”””। ଭୁବନେଶ୍ୱର ନିକଟସ୍ଥ ଜୟଦେବ ଭବନଠାରେ କଳିଙ୍ଗ ଗୌରବ ଫାଉଣ୍ଡେସନ ଓ ରୋଟାରୀ କ୍ଳବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟସ୍ତରୀୟ ନେସନ ବିଲଡର ଆୱାର୍ଡ” ପାଇ ମନୋନୀତ ହୋଇଛନ୍ତି ସଂଜୀବ କୁମାର ଦାସ ।ଚଳିତ ବର୍ଷ ମହାମହିମ ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭପତି ଙ୍କ ଠାରୁ ଶ୍ରେଷ୍ଠ ଶିକ୍ଷକ ରୂପେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିସାରିଛନ୍ତି।ସମାଜସେବା, ବୃକ୍ଷରୋପଣ,ବିଦ୍ୟାଳୟ ରେ ଡ୍ରପଆଉଟ୍ ହ୍ରାସ, ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲି କରିବା,ଶିକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ର ସଫଳତା ର ସହ ଆୟୋଜନ ପାଇଁ ଏହି ରାଜ୍ୟ ପୁରସ୍କାର ଶ୍ରୀ ଦାସ ଙ୍କୁ ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ, ଗିରିଧାରୀ , ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଆମ୍ପୁଲ ରବିକୁମାର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଓ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ବାଇଁ, ମେଜର ଡ଼. କଳ୍ପନା ଦାସ ଏବଂ ବିଭିନ୍ନ ସାମାଜିକ ସଂଗଠନ, ବିଭିନ୍ନ ଶିକ୍ଷା ସଂଗଠନ, ବିଭିନ୍ନ ଗୋଷ୍ଠୀ ସଂଗଠନ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଗଜପତି ଜିଲ୍ଲା ର ଗର୍ବ ଓ ଗୌରବ ରୂପେ ଆଜି ବିଭିନ୍ନ ମହଲ ରେ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।
