ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।

ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।

– ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।ଗଜପତି,୩୦.୩(ମନୋଜ ପାଢ଼ୀ)-: – ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ,ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ,ନିର୍ଦ୍ଦେଶକ ଲମ୍ବୋଦର ବିଶୋଇରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଆଟିଥ୍ୟାଙ୍କୁ ସମ୍ମାନିତ କରିବାପରେ ଦିପାପ୍ରୋଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହୋଜଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି ।

ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ,ଲବାରସିଂ,ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚୋ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସାକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହୋଜଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।