ବିଭିନ୍ନ ସଙ୍ଗଠନ ପକ୍ଷରୁ କନ୍ଧମାଳ ସି ଡି ଏମ୍ ଓ ଙ୍କୁ ବିଦାୟୀ ସମ୍ବର୍ଧନା

ବିଭିନ୍ନ ସଙ୍ଗଠନ ପକ୍ଷରୁ କନ୍ଧମାଳ ସି ଡି ଏମ୍ ଓ ଙ୍କୁ ବିଦାୟୀ ସମ୍ବର୍ଧନା

ବିଭିନ୍ନ ସଙ୍ଗଠନ ପକ୍ଷରୁ କନ୍ଧମାଳ ସି ଡି ଏମ୍ ଓ ଙ୍କୁ ବିଦାୟୀ ସମ୍ବର୍ଧନା

କନ୍ଧମାଳ -୨୯/୦୩(ରିପୋର୍ଟ କୁନା ଦିଗାଲ ) କଂଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଓ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ପଦୋନ୍ନତି ପାଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିବା ରୁ ତାଂକୁ ଶନିବାର ଫୁଲବାଣୀ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଛ, ଉପଢ଼ୌକନ ଓ ମାନ ପତ୍ର ପ୍ରଦାନ କରି ସମ୍ବର୍ଧିତ କରାଯାଇଥିଲା l ଏହି ଅବସରରେ ମିଳିତ ନାଗରିକ କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସି ଡି ଏମ୍ ଓ ଡ଼ା ସନ୍ତୋଷ କୁମାର ପାଢ଼ୀ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ସଙ୍ଘ ଉପସଭାପତି ପିତାମ୍ବର ମିଶ୍ର, ବିକାଶ ପରିଷଦ ସଭାପତି ତଥା ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ରକ୍ତ ଦାନ ସମିତି ପକ୍ଷରୁ ଆଇନଜୀବି ବିଜୟ ମହାନ୍ତି, ପ୍ରମୁଖ ଯୋଗ ଦେଇ ସି ଡ଼ି ଏମ୍ ଓ ଡ଼ା ସନ୍ତୋଷ କୁମାର ପାଢ଼ୀ କନ୍ଧ ମାଳ ଜିଲ୍ଲା ରେ ମାତ୍ର ବର୍ଷେ ହେଲା ଦାୟିତ୍ବ ରେ ରହି ଥିଲେ ମଧ୍ୟ ସଦର ମହକୁମା ଡାକ୍ତର ଖାନl ସମେତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ସୁଧାର ଆସିଥିବା ରୁ ଭୂୟସୀ ପ୍ରଶଂସା କରିଥିଲେ l ତାଙ୍କର ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ସ୍ଵାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିଥିଲା l ସଦର ମହକୁମା ମେଡିକାଲ୍ ରେ ସିଟି ସ୍କାନ, ଆଲଟ୍ର l ସାଉଣ୍ଡ, ହେଲ ଥ ଏ ଟି ମ୍ ଆଦି ପ୍ରତିଷ୍ଠା ସମ୍ଭବ ହୋଇଥିଲା l ସେହିପରି ଅଖଣ୍ଡ ଦ୍ଵୀପ ପ୍ରଜ୍ବଳନ, ମ୍ୟୁ ଜିକ ସିଷ୍ଟମ୍ ମଧ୍ଯ ପ୍ରଚଳନ କରିଥିଲେ ଯାହାକି ସବୁ ଦିନ ପାଈଁ ମନେ ରହିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କମାଣ୍ଡ ନେଣ୍ଟ ନବୀନ ପଣ୍ଡା, ଆଇନଜୀବି ବିଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଛି l