ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁନବୀନା ନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଉପଲକ୍ଷେ ସ୍ମୃତିଚାରଣ ସଭା ।ଗଜପତି,୨୯.୩(ମନୋଜ ପାଢ଼ୀ)- : ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ନବୀନା ନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଶନିବାର ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ । ହୋଇଯାଇଛି। ସଂଘର ସଭାପତି ଦ୍ବିଜେନ୍ଦ୍ରନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ତ ଅଧ୍ୟାପକ ଶଙ୍କର ପ୍ରସାଦ ବକ୍ସି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ବଜ ଚୌଧୁରୀ ଓ ସମ୍ମାନିତ ଅତିଥି ଭାବେ ସ୍ବର୍ଗତ ନବୀନାନନ୍ଦଙ୍କ ପୁଅ ବିବେକ ଗନ୍ତାୟତ, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ସାମ୍ବାଦିକ ସରୋଜ ବୀର ମଞ୍ଚାସୀନ ଥିଲେ । ଏହି ଅବସରରେ ଉପସ୍ଥିତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ, ସାମ୍ବାଦିକ ସ୍ବର୍ଗତଃ ନବୀନାନନ୍ଦ ଗନ୍ତାୟତଙ୍କ ଫୋଟ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସାମ୍ବାଦିକ ଜୀବନର ଅଭୁଲା ବିଷୟ ସ୍ମୃତିଚାରଣ କରିଥିଲେ । ଉପସ୍ଥିତ ଅତିଥିମାନେ ବିକାଶ ଠାରୁ ଆରମ୍ଭ କରି ବ୍ରଡଗେଜ୍ ରେଳପଥ ପାଇଁ ଆନ୍ଦୋଳନ ର ବିକାଶ, ସ୍ବର୍ଗତଃ ନବୀନାନନ୍ଦଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଏଥିସହ ଜିଲ୍ଲାର ବିକାଶ ପାଇଁ ତାଙ୍କ କଲମ ମୁନ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥିଲା ବୋଲି କହିବା ସହ ତାଙ୍କ ଜିଲ୍ଲା ପାଇଁ ଅବଦାନ ସ୍ମରଣ ହୋଇ ରହିବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପଦେଷ୍ଠା ପ୍ରଦୀପ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ସାମ୍ବାଦିକ ସରୋଜ ବୀର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଖବରକାଗଜ ବିତରକ ପ୍ରସାଦ ଗୌଡଙ୍କୁ ନବୀନାନନ୍ଦ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁନବୀନା ନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଉପଲକ୍ଷେ ସ୍ମୃତିଚାରଣ ସଭା ।
