ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ ପାଣିଗ୍ରାହୀ ଉପସଭାପତି ଏବଂ କାଶୀନାଥ ଦାଶ ସମ୍ପାଦକ ଭାବେ ନିର୍ବାଚିତ ।
ଗଜପତି,୨୮.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ ସମ୍ପାଦକ ଭାବେ କାଶୀନାଥ ଦାଶ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ବାର୍ ଏସୋସିଏସନ ନିର୍ବାଚନର ଫଳାଫଳ ଘୋଷାଣା ହୋଇଛି । ମୁଖ୍ୟ କରି ସଭାପତି ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅନ୍ୟାନ୍ୟ ପଦବୀ ଗୁଡିକରେ ପ୍ରତିଦ୍ବନ୍ଦିତା ନଥିବା ଯୋଗୁଁ ନିର୍ଦ୍ବନ୍ଦରେ ବିଜୟୀ ହୋଇସାରିଛନ୍ତି । ଏହି ନିର୍ବାଚନ ପାଇଁ ଗତ କିଛି ଦିନ ହେଲା ସରଗରମ ଲାଗିରହିଥିଲା । ସୂଚନା ପ୍ରକାରେ ସଭାପତି ପଦବୀ ପାଇଁ ରାମକୃଷ୍ଣ ନାୟକ ଓ ହୀରାଚାନ୍ଦଙ୍କ ମଧ୍ୟରୁ ରାମକୃଷ୍ଣ ନାୟକ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ହୀରାଚାନ୍ଦ ୨୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଉପସଭାପତି ପାଇଁ ନୀଳମାଧବ ଅଧିକାରୀ ଓ ଶିବ ପ୍ରସାଦ ପାଣିଗ୍ରାହୀ ଙ୍କ ମଧ୍ୟରୁ ଶିବ ପ୍ରସାଦ ପାଣିଗ୍ରାହୀ ୫୫ ଖଣ୍ଡ ଭୋଟ ପାଇଥିବା ବେଳେ ନୀଳମାଧବ ଅଧିକାରୀ ୫୩ ଖଣ୍ଡ ଭୋଟ ପାଇଛନ୍ତି । ସମ୍ପାଦକ ପଦବୀ ନିମନ୍ତେ ଆର୍.ବାବୁ ରାଓ ଓ କାଶୀନାଥ ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ କାଶୀନାଥ ଦାଶ ୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଆର୍.ବାବୁ ରାଓ ୩୪ଖଣ୍ଡ ଭୋଟ ପାଇଥିବାର ଜଣାପଡିଛି । ହେବ ।
ସେହିପରି ଯୁଗ୍ମ ସମ୍ପାଦକ ଶିବ କୁମାର ୟେଡଲା, କୋଷାଧ୍ୟକ୍ଷ ସନ୍ଦୀପ କୁମାର ପଟ୍ଟନାୟକ, ଲାଇବ୍ରେରିୟନ ଭାବେ ରଘୁନାଥ ପାତ୍ର ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଅଶୋକ କୁମାର ଅଧିକାରୀ, ବେହେରା ଚନ୍ଦନ କୁମାର, ଗାଗାରିନ ଶବର, ପାଣ୍ଡି ବିଶ୍ବନାଥ, ସତ୍ୟନାରାୟଣ ପାଢୀ ଓ ଶଶାଙ୍କ ଶେଖର ସାବତ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବାର ଜଣାପଡିଛି । ପ୍ରତିଦ୍ବନ୍ଦିତା ହୋଇଥିବା ପଦବୀ ପାଇଁ ୧୨୭ ସଭ୍ୟ ମଧ୍ୟରୁ ୧୦୮ଜଣ ଭୋଟ ଦେଇଥିଲେ । ନିର୍ବାଚନ ଅଧିକାରୀ ଭାବେ ମଳୟମାଧୁରୀ ତ୍ରୀପାଠୀ ଏବଂ ଉପନିର୍ବାଚନ ଅଧିକାରୀ ଭାବେ ଗିରିଜା ପଟ୍ଟନାୟକ ମନୋନିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିଥିଲେ । ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଜିଲ୍ଲା କୋର୍ଟର ସମସ୍ତ ବିଚାରପତି ଓ ସମସ୍ତ ଓକିବୃନ୍ଦ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
