ବିଧାୟକ ଦାଶରଥି ଗମାଙ୍ଗଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃଥ ଦାବି ଜୋରଧରିଲା ।
ଗଜପତି,୨୭ ୩ (ମନୋଜ କୁମାର ପାଢୀ)- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିବା ଲାଗି ତାଙ୍କ ସମର୍ଥକମାନେ ସହରରେ ଏକ ଶୋଭାଯାତ୍ରା କରିଛନ୍ତି। ଗଜପତି ଜିଲ୍ଲା ନୁଆଗଡ ବ୍ଳକ ସଭାପତି ଭାଲେରିଆନ ଗମାଙ୍ଗଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ଶୋଭାଯାତ୍ରା ସ୍ଥାନୀୟ ଶିଶୁ ମନ୍ଦିର ନିକଟରୁ ବାହାରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରିକ୍ରମା କରିଥିଲେ । ବିଧାୟକ ଗମାଙ୍ଗ ୧୮ ବର୍ଷ ହେଲା ସଂଘର୍ଷ କରି କଂଗ୍ରେସକୁ ମୋହନା ନିର୍ବାଚନ ମଣ୍ଡଳୀରେ ମଜବୁତ କରିଛନ୍ତି । ସେ ରା,ଉଦୟଗିରି ୨ ଥର ବ୍ଳକ ଅଧ୍ୟକ୍ଷ ରହିବା ସହ ୨ ଥର ଲଗାତାର ଭାବେ ବିଧାୟକ ନିର୍ବାଚନ ହୋଇ ଦଳକୁ ସଂଗଠନ କରିଛନ୍ତି । ତାଙ୍କ ନିଲମ୍ବନ ପ୍ରାତ୍ୟାହାର କରିବାକୁ ସମସର୍ଥକମାନେ ପିସିସି ସଭାପତିଙ୍କ ନିକଟରେ ଦାବି କରିଛନ୍ତି । ଯଦି ନିଲମ୍ବନ ପ୍ରତ୍ୟାହାର ନ ହୁଏ ତେବେ ପିସିସି କାର୍ଯ୍ୟାଳୟ ଘେରିବୁ ବୋଲି ଚେତାବନୀ ଦେଇଛନ୍ତି । ପିସିସି ସଭ୍ୟ ପୁରୁଷୋତ୍ତମ ପାଣିଗ୍ରାହି, ଗଜପତି ଜିଲ୍ଲା କଂଗ୍ରେସ ମାଇନୋରିଟି ସଭାପତି ସୁନୀଲ ସିଂ, ବ୍ଳକ ଉପସଭାପତି ସୁମନ୍ତ କର, ସେକ୍ରେଟେରୀ ଯଶୟ ଗମାଙ୍ଗ ଓ ଅନ୍ୟାମାନେ ଏଥିରେ ସାମିଲ ହୋଇଥିଲେ ।
