ସହକାରୀ ଯନ୍ତ୍ରୀ ଙ୍କୁ ଭିଜିଲାନ୍ସ ଚାବୁକ।

ସହକାରୀ ଯନ୍ତ୍ରୀ ଙ୍କୁ ଭିଜିଲାନ୍ସ ଚାବୁକ।

ସହକାରୀ ଯନ୍ତ୍ରୀ ଙ୍କୁ ଭିଜିଲାନ୍ସ ଚାବୁକ।

ଭଞ୍ଜନଗର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା ଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଅଟକ ଓ ଜେରା ଚାଲିଛି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି ଓ ୭ ଜଣ ନୀରିକ୍ଷକ ସମେତ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ମାନେ ଏକକାଳୀନ ୫ ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଏହି ଚଢାଉ ସମୟରେ ଯନ୍ତ୍ରୀ ବେହେରାଙ୍କ ପୋଲସରା ବାସଭବନ, ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିରାଟ ଅଟ୍ଟାଳିକା, ଭଞ୍ଜନଗର ସରକାରୀ ଘର ଓ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରହିଛି।