କନ୍ଧମାଳରେ କୁଖ୍ୟାତ ମାଓବାଦୀ ଶୁକ୍ରୁ ଆତ୍ମସମର୍ପଣ, ଏକେ-୪୭ ସହ ୫ ନକ୍ସଲ ଧରାପଡ଼ିଲେ

କନ୍ଧମାଳରେ କୁଖ୍ୟାତ ମାଓବାଦୀ ଶୁକ୍ରୁ ଆତ୍ମସମର୍ପଣ, ଏକେ-୪୭ ସହ ୫ ନକ୍ସଲ ଧରାପଡ଼ିଲେ

ଫୁଲବାଣୀ: କୁଖ୍ୟାତ ମାଓବାଦୀ ଶୁକ୍ରୁକୁ ଓଡ଼ିଶା ପୁଲିସ ନିଜ ଅକ୍ତିଆରେ ରଖିଛି। କନ୍ଧମାଳ ପୁଲିସ ନିକଟରେ ମାଓବାଦୀ ଶୁକ୍ରୁ ପହଞ୍ଚିଛି। ଶୁକ୍ରୁ ଏକେ-୪୭ ସହିତ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କର ଅନ୍ୟ ୪ଜଣ ସହଯୋଗୀ ମଧ୍ୟ ଅସ୍ତ୍ର ଛାଡ଼ିଛନ୍ତି। 

ଏଡିଜି ଆଣ୍ଟି ନକ୍ସଲ ଅପରସେନ ସଂଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, କୁଖ୍ୟାତ ମାଓବାଦୀ ଶୁକ୍ରୁ କନ୍ଧମାଳ ପୁଲିସ ନିକଟରେ ପହଞ୍ଚିଛି। ଶୁକ୍ରୁ ସହିତ ଅନ୍ୟ ୪ଜଣ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଛନ୍ତି, ଯେଉଁଥିରେ ୩ଜଣ ମହିଳା କ୍ୟାଡର ସାମିଲ ଅଛନ୍ତି। ସେ କନ୍ଧମାଳ-ଗଜପତି-ଗଂଜାମ ସୀମାନ୍ତ ଜଙ୍ଗଲରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। କିନ୍ତୁ ଓଡ଼ିଶା ପୁଲିସ ଆତ୍ମସମର୍ପଣ ପାଇଁ ଆହ୍ବାନ ଦେଇଥିଲା। ଏପରିକି ତାକୁ ଧରାଇ ଦେବା ପାଇଁ ୫୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ସେ  ଏଇଟ୍‌ଥ ନାମରେ ଏକ କଂପାନି ପରିଚାଳନା କରୁଥିଲା। ମାଓବାଦୀ ଥଇଥାନା ନୀତି ଅନୁସାରେ ଶୁକ୍ରୁକୁ ମଧ୍ୟ ସମସ୍ତ ସରକାରୀ ସହଯୋଗ ମିଳିବ।