କଂଗ୍ରେସର ନେତୃତ୍ବ ଖୋଜା ଅଭିଯାନକୁ ବିଜେପିର ମିଶ୍ରଣ ପର୍ବ, ଜିଲ୍ଲାରେ ବଦଳୁଛି ରାଜନୈତିକ ସମୀକରଣ ।

କଂଗ୍ରେସର ନେତୃତ୍ବ ଖୋଜା ଅଭିଯାନକୁ ବିଜେପିର ମିଶ୍ରଣ ପର୍ବ, ଜିଲ୍ଲାରେ ବଦଳୁଛି ରାଜନୈତିକ ସମୀକରଣ ।

କଂଗ୍ରେସର ନେତୃତ୍ବ ଖୋଜା ଅଭିଯାନକୁ ବିଜେପିର ମିଶ୍ରଣ ପର୍ବ, ଜିଲ୍ଲାରେ ବଦଳୁଛି ରାଜନୈତିକ ସମୀକରଣ ।ଗଜପତି,୨୪.୩(ମନୋଜ ପାଢ଼ୀ)-: ପୌର ଓ ପଞ୍ଚାୟତ ନିର୍ବାଚନକୁ ବର୍ଷେ ବି ବାକି ନଥିବା ବେଳେ ଗଜପତି ଜିଲ୍ଲାରେ ରାଜନୈତିକ ସମୀକରଣ ପରିବର୍ତନମୁହାଁ ହୋଇଛି। ଗୋଟିଏପଟେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଦଳରୁ ନିଲମ୍ବିତ ହେବା ପରେ ଜିଲ୍ଲାରେ ଦଳ ନେତୃତ୍ବହୀନ ହୋଇଯାଇଥିବା ବେଳେ ଅନ୍ୟପଟେ ଗୋଷ୍ଠୀ କନ୍ଦଳ ବି ମୁଣ୍ଡ ଟେକିଛି ଏଭଳି ପରିସ୍ଥିତିରେ ବିଧାୟକ ବିରୋଧୀ ଓ ସମର୍ଥକ ଗୋଷ୍ଠୀ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି! ଯାହାର ଫାଇଦା ନେବାକୁ ବିଜେପି ଏବେ ଅଣ୍ଟା ଭିଡ଼ିଛି ଏଥିପାଇଁ ମିଶ୍ରଣପର୍ବକୁ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନୂଆ ନେତାଙ୍କୁ ଦଳରେ ସାମିଲ କରି ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାରେ ପ୍ରୟାସ ଜାରି ରଖିଛି। ଦୁଇ ଦିନ ହେଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀସ୍ତରୀୟ ମିଶ୍ରଣପର୍ବରେ କଂଗ୍ରେସ ଓ ବିଜେଡିର କର୍ମୀ ଓ ନେତାଙ୍କୁ ସାମିଲ କରାଯାଇଥିଲା। ଗତ କାଲି ପୁଣି ପାରଳା ପୌର ପରିଷଦସ୍ତରରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ଦଳର କର୍ମୀ ସାମିଲ ହୋଇଛନ୍ତି । ଅବସରପ୍ରାପ୍ତ କିରାଣି ନରେଶ ସାହୁ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇ ପାରଳାଖେମୁଣ୍ଡି ପୌରପରିଷଦ ରାଜନୀତିରେ ସକ୍ରିୟ ଭାବେରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଯଥାଶୀଘ୍ର ମୋହନା ନିର୍ବାଚନମଣ୍ଡଳୀରେ ମଧ୍ୟ ବଡ଼ଧରଣର ମିଶ୍ରଣପର୍ବ ପାଇଁ ଆଭାସ ମିଳିଛି। ଯାହା ଦଳକୁ ଆହୁରି ସଂଗଠିତ କରିବ ବୋଲି ଜିଲ୍ଲା ବିଜେପି ସଭାପତି ନବକିଶୋର ଶବର ପ୍ରକାଶ କରିଛନ୍ତି ।୨୦୨୪ ସାଧାରଣ ନିର୍ବାଚନରେ ରେ ବିଜେପି ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲେ ହେଁ, ପାରଳାଖେମୁଣ୍ଡି ଓ ମୋହନାରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପୂର୍ବରୁ ଜିଲ୍ଲାରେ ସାଂଗଠନିକ ସ୍ଥିତି ଭଲ ନଥିବାରୁ ସରକାର ଗଠନ ପରେ ବି ଏଥିରେ ସୁଧାର ଆସି ପାରି ନଥିଲା । କିନ୍ତୁ ବର୍ତ୍ତମାନ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦଳ ଟାର୍ଗେଟ କରିଛି। କ୍ରସଭୋଟିଂ ପାଇଁ କଂଗ୍ରେସ ବିଧାୟକ ଦାଶର ଗମାଙ୍ଗ ତଥା ଜିଲ୍ଲା ସଭାପତିଙ୍କୁ ନିଲମ୍ବନ ପରେ ଜିଲ୍ଲାର ମଙ୍ଗ ଧରିବାକୁ ନେତା ଖୋଜ ଯାଉଥିବା ବେଳେ ବିଜେପି ତାର ଫାଇଦା ନେଉଛି! ମଙ୍ଗୁଆଳ ଯୋଗାଡ଼ କରିବା ପୂର୍ବରୁ ମଇଦାନ ଖାଲି କରିବାକୁ ବିଜେପି ଯୋଜନା କରୁଛି। ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ କହିଛନ୍ତି ଯେ, ଯେଉଁମାନେ ବିଜେପିରେ ସାମିଲହୋଇଛନ୍ତି, ରାଜନୀତିରେ ସେମାନଙ୍କର କୌଣସି ଅନୁଭୂତି ନାହିଁ ଏଣୁ. ସେମାନେ ଦଳ ଛାଡ଼ିଲେ ସଂଗଠନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି କିଛି ଯୁବନେତା ସେମାନଙ୍କ ବ୍ୟାବସାୟିକ ଫାଇଦା ପାଇଁ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି।