ରାୟଗଡ଼ା ଉତ୍କଳ ତେଲୁଗୁ ସମକ୍ଷା ଉଗାଦି ଉତ୍ସବଲୁ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଆକାର୍ଶକ ଥିଲେ ଅଭିନେତ୍ରୀ ବୈଷ୍ଣବି ଚୈତନ୍ୟା
ରାୟଗଡ଼ା,୨୦୩(Info media):ରାୟଗଡ଼ା ସହର ନିକଟସ୍ଥ ଖଲିଗୁଡା ପଡ଼ିଆଠାରେ ଦୁଇ ଦିନ ଧରି ଚାଲିଥିବା ରାୟଗଡା ଭକ୍ରଳ ତେଲୁଗୁ ସମକ୍ଷା ଉଗାଦି ଉତ୍ସବଲୁ ଗତ ଶୁକ୍ରବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଉଦ୍ଯାପିତ ହୋଇଯାଇଛି । ଉଗାଦି ଉତ୍ସବ କମିଟି ସଭାପତି ୟାଲ୍ଲା ଭେଙ୍କେଟେଶ୍ଵର ରାଓ ଙ୍କ ସଭାପତିତ୍ବ ରେ ଉଦ୍ଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଟଲିଉଡ ଅଭିନେତ୍ରୀ ବୈଷ୍ଣବୀ ଚୈତନ୍ୟା ମୁଖ୍ୟ ଆକର୍ଷଣ ରହିଥିଲେ। ସନ୍ଧ୍ୟା ସମୟରେ କିଛି ସମୟ ପାଇଁ ବର୍ଷା ହୋଇଥିଲା କିନ୍ତୁ ଅଭିନେତ୍ରୀ ଚୈତନ୍ୟା ଙ୍କୁ ଦେଖୁବା ପାଇଁ ବହୁ ସଂଖ୍ୟାରେ ସିନେ ପ୍ରେମୀ ତଥା ଦର୍ଶକ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହିଥିଲେ | ଆଜି ଅପରାହ୍ନରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ଉଗାଦି ଉତ୍ସବର ଦମଦାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରମାନଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା | ଗୁରୁବାର ଦିନ ଉଦ୍ଘାଟନ ସମାରୋହରେ ରାଜ୍ୟ ବିଜେପି ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାୟଗଡାର ଏହି ଭାଇଚାରାର ପର୍ବକୁ ବହୁତ ପ୍ରଶଂସାକରିବା ସହ ତେଲୁଗୁ ସମ୍ପ୍ରଦାୟ ଭାଇଭଉଣୀଙ୍କୁ ଉଗାଦି ତଥା ତେଲୁଗୁ ନବ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ।
ସେହିପରି ଜିଲ୍ଲା ବିଜେପି କମିଟିର ବହୁ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ | ଚଳିତ ବର୍ଷ ଉଗାଦି ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଥିବା ବେଳେ ଆଗାମୀ ବର୍ଷରେ ମଧ୍ଯ କମିଟି ପକ୍ଷରୁ ତେଲୁଗୁ ପରମ୍ପରା, ସାହିତ୍ୟ, ସଂସ୍କୃତିକୁ ଉଦ୍ଭାବିତ କରି ରଖୁବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଉଗାଦି ଉତ୍ସବ କମିଟି ସଭାପତି କୋଣ୍ଡାବାବୁ ପ୍ରକାଶ କରିଛନ୍ତି । ହେରୋଇନ ଙ୍କୁ ଉଗାଦି ଉତ୍ସବ କମିଟି ର ସଭାପତି କୋଣ୍ଡା ବାବୁ, କାଶୀ ନାଇଡ଼ୁ, ଏନ ଆଦିନାରାୟଣ, ଲକ୍ଷ୍ମଣ ରାଓ ପୁଷ୍ପ ଗୁଚ୍ଛ ଓ ଉତୀରୀୟ ଦେଇ ସମ୍ମାନିତ କରିଥିଲେ l ଉଦଯାପନୀ ଦିନ କୋଣ୍ଡା ବାବୁ ଜନସାଧାରଣ ଙ୍କ ଉଦେଶ୍ୟ ରେ ନିଜର ବକ୍ତବ୍ୟ ରେ କହିଥିଲେ ଜେ ରାୟଗଡ ଜ଼ିଲ୍ଲା ର ଜନସାଧାରଣ ଙ୍କ ଶାନ୍ତି, ଶୁଖ ସମୃଦ୍ଧି ମୋର ଲକ୍ଷ୍ୟ l ଜନସାଧାରଣ ଶାନ୍ତିରେ ରହିଲେ ମୁଁ ଶାନ୍ତି ରାୟଗଡ ଜ଼ିଲ୍ଲା କୁ ମୁଁ ଅଶାନ୍ତ କରିବାକୁ ଚାଉନାହିଁ ବୋଲି କହିବା ସହିତ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଓ ଜଗତ ର ନାଥ ଜଗନ୍ନାଥ ଜନସାଧାରଣ ଙ୍କୁ ଶାନ୍ତିରଖନ୍ତୁ ଏହା ହିଁ ମୋର ପ୍ରାର୍ଥନା ବୋଲୁ କହିଥିଲେ l
ଆଜି ମଧ୍ୟ ପ୍ରବଳ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
