ୟୁଏଆଇଏଲ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ “ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ”
ରାୟଗଡା : ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ ହୋଉଯାଇଅଛି । ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ ଉଦ୍ଦେଶ୍ୟ ନେଇ କମ୍ପାନୀ ପରିସରରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇ ସୁରକ୍ଷା ଶପଥକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ । ଏହି ଅବସରରେ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସଚେତନତା ନିମନ୍ତେ ଶ୍ରୀ ମିଶ୍ରଙ୍କ ଦ୍ୱାରା ଏକ ସଚେତନାତା ରଥ ଶୁଭାରମ୍ଭ ହୋଇଯାଇଅଛି । ଏଥିସହିତ କାରଖାନା ପରିସରରେ କର୍ମଚାରୀଙ୍କ ଦ୍ୱାରା ଶୋଭାଯାତ୍ରା ବାହାରି କାରଖାନା ସିସିଆର କାର୍ଯ୍ୟାଳୟରେ ପହଂଚି ଥିଲା । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କାରଖାନା ମୁଖ୍ୟ ଶ୍ରୀ ମିଶ୍ର, କର୍ମଚାରୀଙ୍କୁ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସହ ନିଜ କାର୍ଯ୍ୟସ୍ଥଳରେ କିପରି ସୁରକ୍ଷା ନିର୍ଦେଶାବଳୀ ଅନୁପାଳନ କରିବେ ସେନେଇ ମନ୍ତବ୍ୟ ଦେଇଥିଲେ । ଯଦି କାରଖାନା ପରିସରରେ ସୁରକ୍ଷା ସଂକ୍ରାନ୍ତୀୟ ମାର୍ଗଦର୍ଶିକା ପାଳନ ନହୁଏ, କର୍ମଚାରୀ ଉକ୍ତ କାର୍ଯ୍ୟ ନକରି ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ମନା କରିପାରିବେ ବୋଲି ସେ କହିଥିଲେ । କାରଖାନାର ପ୍ରତ୍ୟେକ କର୍ମଚାରୀ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ତେବେ କାରଖାନାର ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଓଡ଼ିଆ ଏବଂ ଇଂରାଜୀରେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୟ କୁମରା ଏଫଏଚ ମାନବସମ୍ବଳ, ଉତ୍ତମ ଗିରି, ଏଫଏଚ ଅପରେଶନ, ବିଶ୍ୱଜିତ ଜୋବରଦାର ଏଫଏଚ ସେଫଟି ଓ ଫାୟାରଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ