ଗଙ୍ଗା ଶ୍ରାଦ୍ଧ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ….
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୧୭-୦୩-୨୦୨୬ରିଖ (ମଙ୍ଗଳ ବାର)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀ ପାଲି ଠାରେ ସ୍ୱର୍ଗତ କଳା କାହ୍ନୁ ପ୍ରଧାନ ଓ ସ୍ବର୍ଗତ କୁମୋଦିନି ପ୍ରଧାନ ଙ୍କ ଗଙ୍ଗା ଶ୍ରାଦ୍ଧ ଅବସର ରେ ନିଷ୍ଠା ପରିବାର ଓ ପ୍ରଧାନ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରପାଲି ତହସିଲଦାର ରୁକ୍ମଣ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ବାନିତ ଅତିଥି ଭାବରେ କ୍ଷୀରୋଦ୍ର ପ୍ରଧାନ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ଓ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ପରିବାର ରୁ ୧୪ଜଣ ରକ୍ତ ଦାତା ଙ୍କ ସହ ସର୍ବମୋଟ ୩୬ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।
ନିଜ ପରିବାର ର ମୁଖିଆ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର କରି ଆମେ ତାଂକୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଜଣାଇଲୁ ବୋଲି ପାରିବାର ବର୍ଗ ମତ ପ୍ରକାଶ କରିଥଲେ ଯାହାକି ଅଞ୍ଚଳ ରେ ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲା। ଏହି ଶିବିର କୁ ପ୍ରଧାନ ପରିବାର ର ଗଙ୍ଗା ଧର ପ୍ରଧାନ, କ୍ଷୀତିପତି ପ୍ରଧାନ, ରାଜେଶ ପ୍ରଧାନ, ରୋହନ ପ୍ରଧାନ, ନିର୍ମଳ ବେହେରା ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ । ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ପ୍ରଧାନ ପରିବାର କୁ ଏକ ସ୍ମୃତି ଫଳକ ଓ ଉପଢୌକନ ଦେଈ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା ,ସହଯୋଗୀ ,ଶୁଭେଚ୍ଛୁ ବିଶେଷ କରି ପ୍ରଧାନ ପରିବାର କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
