ଜଙ୍ଗଲରୁ ୬୩୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର ।
ଆର,ଉଦୟଗିରି(ମନୋଜ କୁମାର ପାଢ଼ୀ)- ଚାଲାଣ ପାଇଁ ଜଙ୍ଗଲରେ ଗଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିଲା । ଖବର ପାଇ ମାଡି ବସିଲା ପୁଲିସ ଗଜପତି ଜିଲ୍ଲା ଅଡବା ଥାନା ଟାଙ୍ଗିଲି ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ ବେଆଇନ ଗଞ୍ଜେଇ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ କରି ରଖିଥିଲେ । ଆର,ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କ ତତ୍ତ୍ବାବଧାନରେ ଅଡବା ଥାନା ପୁଲିସ ଚଢାଉ କରି ଘଟଣାସ୍ଥଳରୁ ୧୫ ବସ୍ତାରେ ଥିବା ୩ କୁଇଣ୍ଟାଲ୍ ୬୦ କେଜି ଗଞ୍ଜେଇ ଜବତ କରିଛି ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କାରୁ ଉଦ୍ଧ୍ବ ହେବ। ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚଂପଟ୍ ମାରିଛନ୍ତି । ତେବେ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
