ସହାୟତା ଆଳରେ ଠକେଇ….. ଗଜପତିରେ ଗର୍ଭବତୀଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଠକି ନେଲେ ସାଇବର୍ ଠକ ।

ସହାୟତା ଆଳରେ ଠକେଇ….. ଗଜପତିରେ ଗର୍ଭବତୀଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଠକି ନେଲେ ସାଇବର୍ ଠକ ।

ସହାୟତା ଆଳରେ ଠକେଇ….. ଗଜପତିରେ ଗର୍ଭବତୀଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଠକି ନେଲେ ସାଇବର୍ ଠକ ।

ଗଜପତି 9/3(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ଜଣେ ପ୍ରସବକାଳୀନ ମହିଳାଙ୍କୁ ସହାୟତା ଆଳରେ ସାଇବର ଠକ ଠକେଇ କରିଥିବା ଅଭିଯୋଗ ହୋଇଛି. ଏହି ଗର୍ଭବତୀ ମହିଳାଙ୍କ ଆକାଉଣ୍ଟ୍‌ରୁ ପ୍ରସବକାଳୀନ ସହାୟତା ଦେବା ନାମରେ ଆକାଉଣ୍ଡ୍‌ରୁ ୧୯,୯୯୯ ଟଙ୍କା ଠକି ନେଇଛନ୍ତି ସାଇବର୍ ଠକ। କାଶୀନଗର ଥାନା ଅନ୍ତର୍ଗତ ଖଣ୍ଡାବା ପଞ୍ଚାୟତ କନେଇଗୁଡ଼ା ଗ୍ରାମର ଇଶକ ରଇତଙ୍କ ଝିଅ ରୀନା ରଇତ(୨୬) ଏଭଳି ଠକେଇର ଶିକାର ହୋଇଥିବା ଜଣପଡ଼ିଛି। ସାଇବର୍ ଠକେଇର ଶିକାର ହୋଇଥିବା ଜାଣିବା ପରେ ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ଖୋଲିଥିବା ସାଇବର୍ ଥାନାରେ ଏତଲା ଦେବେ ବୋଲି ରୀନାଙ୍କ ବାପା ଇଶକ କହିଛନ୍ତି lଘଟଣାରୁ ପ୍ରକାଶ, ରୀନା ଏବେ ଏକମାସର ଗର୍ଭବତୀ ଅଛନ୍ତି| ଗତକାଲି ସେ ଘରେ ଏକା ଥିବା ବେଳେ ହଠାତ୍ ହ୍ବାଟ୍ସଆପ୍ କଲ୍ ଆସିଥିଲା | ସେ କଲ୍ ରିସିଭ୍ କରିବା ବେଳେ ସାଇବର୍ ଠକମାନେ ସମାନ ଭାବେ କନ୍‌ଫରେନ୍‌ସ କଲ୍‌ରେ ଗ୍ରାମର ଆଶାଦିଦିଙ୍କୁ ମଧ୍ୟ ଯୋଡ଼ିଥିଲେ | ଉଭୟ ସାଇବର୍‌ ଠକଙ୍କ ହାବୁଡ଼ରେ ପଡ଼ିଥିବା ବେଳେ ରୀନାଙ୍କୁ ପ୍ରସବକାଳୀନ ସହାୟତା ମିଳିବ ବୋଲି କହି ସେମାନେ ବିଶ୍ଵାସ ଜନ୍ମାଇଥିଲେ. ଏହାପରେ ରୀନା ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ କଲ୍ କାଟି କିଛି ସମୟ ବିଶ୍ରାମ ନେବାକୁ ଚାଲି ଯାଇଥିଲେ | ପରେ କିଛି ସମୟରେ ପୁଣି ରୀନାଙ୍କ ମୋବାଇଲ ରିଙ୍ଗ୍ ହୋଇଥିଲା | ରୀନା ବିଶ୍ରାମ ନେଇଥିବାରୁ ସ୍ବାମୀ ନରେଶ ଶବର କଲ୍ ରିସିଭ୍ କରିଥିଲେ |

ସାଇବର୍ ଠକ ତାଙ୍କୁ ସମାନ ଢଙ୍ଗରେ କଥା କହିଥିଲେ । ପୂର୍ବରୁ ରୀନା ଓ ଆଶାଦିଦିଙ୍କ ସହ ଏନେଇ କଥାବାର୍ତା ହୋଇଥିବା କହି ନରେଶ ମଧ୍ୟ ତାଙ୍କ ମଧ୍ୟ ପତ୍ନୀଙ୍କୁ ପ୍ରସବକାଳୀନ ସହାୟତା ମିଳିବ ବୋଲି ଲୋଭ ଦେଖାଇଥିଲେ | ନରେଶ ସାଇବର୍ ଠକଙ୍କ ଚାଲ୍ ବୁଝି ପାରି ନଥିବା ବେଳେ ଲୋଭର ବଶବର୍ତ୍ତୀ ହୋଇଥିଲେ। ବାର୍ତାଳାପ ପରେ ଫୋନ୍ ପେ’ ଖୋଲିବାକୁ କହି ସାଇବର୍ ଠକ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଦେବା ସହ ୧୯,୯୯୯ ପଠାଇବାକୁ କହିଥିଲା । କିଛି ସମୟ ପରେ ଅଧିକ ଟଙ୍କା ମିଶାଇ ଆକାଉଣ୍ଟ୍‌କୁ ପ୍ରସବକାଳୀନ ସହାୟତା ଆସିବ ବୋଲି କହିବା ପରେ ନରେଶ୍ ଫୋନ ପେ’ ଓଟିପି କହିବା ସହ ଟଙ୍କା ପଠାଇ ଦେଇଥିଲେ | ଏହାପରେ ନରେଶ ପୁଣି ମୋବାଇଲ ଦ୍ୱାରା ଯୋଗାଯୋଗ କରିବା ବେଳେ ଠକର ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା | ସମ୍ପୃକ୍ତ ଅଞ୍ଚଳରେ ଏହି ଘଟଣା ଜଣା ପଡିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।