ମହିଳା ଦିବସ ଅବସରରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ମହିଳା ଦିବସ ଅବସରରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ମହିଳା ଦିବସ ଅବସରରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ ୮,୩ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ଠାରେ ମାର୍ଚ୍ଚ ୮ ତାରିଖ ମହିଳା ଦିବସ ଅବସରରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଆବଶ୍ୟକତା ଦୃଷ୍ଟି ରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ରାକେଶ କୁମାର ବେହେରା ଟେକନିସିଆନ ଦେବାଷିଶ ମିଶ୍ର, ସନ୍ତୋଷ ତାରା, ସଂଜୀବ ବେରା, ପାଏନୁ ଭୋଇ ଓ ଜନକ ବେହେରା ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ମହିଳା ମାନଙ୍କ ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମୟରେ ଲାୟନ୍ସ କ୍ଲବ ର ଲାୟନ୍ସ ସନ୍ତୋଷ କୁମାର ପାଢ଼ୀ, କୁଶ ପ୍ରଧାନ ସନ୍ତୋଷ ପ୍ରଧାନ, ଓମ୍ ବାଗ,ଦୀପକ ଅଗ୍ରୱାଲ, ବିନୟ ପାଣ୍ଡୁ, ଭି ରମେଶ, ବିପୁଲ୍, ସୁଧିର ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଶଂକର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।