ଭାରତର ସର୍ବଧନୀ ମୁକେଶ ଅମ୍ବାନୀ; ଦ୍ୱିତୀୟ ସ୍ଥାନରେ ଗୌତମ ଆଦାନୀ
ନୂଆଦିଲ୍ଲୀ: ହୁରୁନ ବିଶ୍ୱ ଧନୀ ତାଲିକା ୨୦୨୬ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ଭାରତର ସର୍ବଧନୀ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ୯ ପ୍ରତିଶତ ବୃଦ୍ଧି ପାଇ ୯.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ୭.୫ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତିରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି।ତୃତୀୟ ସ୍ଥାନରେ ଏଚ୍ସିଏଲ୍ ଟେକ୍ର ରୋଶନି ନାଦର ମଲହୋତ୍ରା ରହିଛନ୍ତି। ତାଙ୍କ ସମ୍ପତ୍ତି ୧୦ ପ୍ରତିଶତ କମି ୩.୨ ଲକ୍ଷ କୋଟି ଟଙ୍କା ହୋଇଛି। ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍ ପୁନାୱାଲା ୩ ଲକ୍ଷ କୋଟି ଟଙ୍କା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ୨.୫ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ଅଛନ୍ତି।ହୁରୁନ ରିପୋର୍ଟ ଅନୁସାରେ ଭାରତରେ ୩୦୮ ଜଣ ବିଲିଓନେୟାର ଅଛନ୍ତି, ଯାହାଙ୍କ ପାଖରେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। ସେମାନଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୧୨ ଲକ୍ଷ କୋଟି ଟଙ୍କା।
ବିଲିଓନେୟାର ସଂଖ୍ୟାରେ ଆମେରିକା ଓ ଚୀନ୍ ପରେ ଭାରତ ତୃତୀୟ ସ୍ଥାନରେ ରହିଛି।
ପ୍ରଯୁକ୍ତିବିଦ୍ୟା, ଔଷଧ, ଅଟୋମୋବାଇଲ୍, ସ୍ୱାସ୍ଥ୍ୟ ସେବା ଓ ଆର୍ଥିକ ସେବା କ୍ଷେତ୍ରରେ ମଧ୍ୟ ନୂଆ ନୂଆ ବିଲିଓନେୟାର ସୃଷ୍ଟି ହେଉଛନ୍ତି।
