ବିଜୁ ବାବୁଙ୍କ 110 ତମ ଜନ୍ମଜୟନ୍ତୀ ରାୟଗଡ ବିଜେଡି ପକ୍ଷରୁ ପାଳିତ
ରାୟଗଡ(info media) ରାୟଗଡ ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ମାର୍ଚ୍ଚ ୫ ତାରିଖରେ ମହାନ ଜନନାୟକ ବିଜୁ ପଟନାୟିକ ଙ୍କ ଜନ୍ମ ଜୟନ୍ତୀକୁ ଭବ୍ୟ ଭାବେ ପାଳନ କରାଯାଇଛି lଆଜିର ଏହି କ୍ରମରେ ରାୟଗଡ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ଆଇନ ବିଭାଗ ଜଗନ୍ନାଥ ସାରକା ଙ୍କ ଡାକରା କ୍ରମେ ରାୟଗଡ ବିଧନାସଭା ମଣ୍ଡଳୀ ଓ ବିଷମକଟକ ନିର୍ବାଚନ ମଣ୍ଡଳୀ କୁ ନେଇ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଆଜି ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଠାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେଇଥିଲେ ପରେ ବିଜୁ ବାବୁ ଙ୍କ ପ୍ରତମୂର୍ତ୍ତି ଉପରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଦେଶାତ୍ମକ ବୋଧ ଗାନ କରିବା ସମୃଦ୍ଧ ଓଡିଶା ଗଠନ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ନେତା ମାନେ ବିଜୁ ବାବୁ ଙ୍କୁ ଏକ ମୋହନ ପୁରୁଷ ଭାବେ କାହିଁକି ଗଣନା କରାଯାଉଛି ସେବିଷୟ ରେ ଆଲୋକପାତ କରିଥିଲେ l ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ବିଜୁ ବାବୁ ନିଜର ସର୍ବସୁ ବିକ୍ରି କରି ରାଜନୀତି କରୁଥିଲେ କିନ୍ତୁ ଆଜି ଜାଡି କିଏ ସରପଞ୍ଚ, ବ୍ଲକ ଅଧକ୍ଷ ବିଧାୟକ ହେଲେ କଣ ମିଳିବ ବୋଲି ପ୍ରଶ୍ନ କରୁଛନ୍ତି ବୋଲି କହିଥିଲେ l ଠିକ ସେହିପରି ରାଜ୍ୟ ବିଜେଡି ମହିଳା ସଂଗଠନ ସମ୍ପାଦିକା ଶୁଭ୍ରା ପଣ୍ଡା ବିଜୁ ବାବୁ ଝଡ଼ ର ଇଗଲ ଓ ଇଣ୍ଡିନେସିଆ ର ବିତପୁତ୍ର ବୋଲି ସମସ୍ତେ ଜାଣନ୍ତି ବୋଲି l
ଏହି ପାରରକ୍ଷରେ ମେଡିକାଲ,ବୃଦ୍ଧାଶ୍ରମ o ସ୍ଵଧାର ଗୃହ ରେ ଫଳ ବଣ୍ଟନ କରିଥିଲେ l l ଜ଼ିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ବିଜୁ ଜୟନ୍ତୀ ଅବସୋର ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କିର୍ତ୍ତୀ କୁ ସ୍ମରଣ କରିବା ସହିତ ବିଜେଡିର ନେତା ଓ କର୍ମୀ ମାନେ ସେବାରେ ବ୍ରତୀହେବେ ସଂକଳ୍ପ ନେବେ ବୋଲି ରାଜ୍ୟ ବିଜେଡି ସମ୍ପାଡିକ ଶୁଭ୍ରା ପଣ୍ଡା କହିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା , ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା ତଥା ଜ଼ିଲ୍ଲା ବିଜେଡି ସଭାପତି ଶ୍ରୀମତୀ ଅନୁସୟା ମାଝୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା କୁମାରୀ ସରସ୍ୱତୀମାଝି, ବରିଷ୍ଠ ନେତା ଶ୍ରୀ ବ୍ରଜସୁନ୍ଦର ନାୟକ, ବିଜେଡି ରାୟଗଡାର ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀ ପି ଗୌରୀଶଙ୍କର ରାଓ, କୋଳନରା ଜିଲ୍ଲା ପରିଷଦ ସଦସ୍ୟ ତଥା ଜ଼ିଲ୍ଲା ବିଜେଡି ଉପସଭାପତି ଧବଳେଶ୍ୱର ନାଇଡୁ, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ଶୁଭ୍ରା ପଣ୍ଡା,ସନ୍ତୋଷ ପାତ୍ର, ଅଶୋକ ପଣ୍ଡା, ଟିଟୁ ରଥ, ସତ୍ୟ ପାଢ଼ୀ,ଯୁବ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ବିନାୟକ ପୋଲାଈ , ନଗର ସଭାପତି ସାରଥୀ ପଟ୍ଟନାୟକ,ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଉଦୟ କୁମାର ହିମିରିକା ଓ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ।
ବିଜୁ ବାବୁଙ୍କ ଆଦର୍ଶ ଓ ଦର୍ଶନକୁ ଆଗେଇ ନେଇ ବିଜୁ ଜନତା ଦଳ ସଦା ଓଡ଼ିଶାର ସ୍ୱାଭିମାନ, ଉନ୍ନତି ଓ ଲୋକକଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ଉପସ୍ଥିତ କର୍ମୀ ନେତା ମତ ରଖିଥିଲେ l ନିଜର ସ୍ୱାର୍ଥ ପାଇଁ କେତେକ ବ୍ୟକ୍ତି ଦୀର୍ଘଦିନ ଧରି ବିଜେଡି ସବୁକିଛି ସୁବିଧା ପାଇଁ ଆଜି ବିଜେଡି ସରକାର ରେ ନଥିବାରୁ ବିଜେଡି କୁ ବାୟ ବାୟ କରି ବିଜୁ ସ୍ୱାଭିମାନ ମଞ୍ଚ କରି ଜନସାଧାରଣ ଙ୍କୁ ଭୁଆଁ ବୁଲାଉଛନ୍ତି କିନ୍ତୁ ଏହି ମଞ୍ଚ ବିଜେଡି ଉପରେ କିଛି ପ୍ରଭାବ ପକାଇପାରିବ ନାହିଁ ବୋଲି ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ନେତା ଓ କର୍ମୀ ମାନେ କଥାବାର୍ତା ହେଉଥିବା ର ଶୁଣିବାକୁ ମିଳିଥିଲା lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ,
