ପି. ଏମ୍.ଶ୍ରୀ ସରକାରୀ (ଏସ.ଏସ, ଡି)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁର ରେ ଛାତ୍ର ମାନଙ୍କ ଏକ୍ସପୋସର୍ ଭିଜିଟ୍ରା

ପି. ଏମ୍.ଶ୍ରୀ ସରକାରୀ (ଏସ.ଏସ, ଡି)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁର ରେ ଛାତ୍ର ମାନଙ୍କ ଏକ୍ସପୋସର୍ ଭିଜିଟ୍ରା

ପି. ଏମ୍.ଶ୍ରୀ ସରକାରୀ (ଏସ.ଏସ, ଡି)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁର ରେ ଛାତ୍ର ମାନଙ୍କ ଏକ୍ସପୋସର୍ ଭିଜିଟ୍ରା

ରାୟଗଡା:ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଏକ ଉପାନ୍ତ ଅଞ୍ଚଳ ଯାହା ରାୟଗଡା ଠାରୁ ଦୀର୍ଘ ୧୨୦ କି.ମି ଦୂରତା ରେ ଅବସ୍ଥିତ । ବର୍ତମାନ ର ଡବଲ ଇଂଜିନ ସରକାର ଆସିବା ଫଳରେ ଚନ୍ଦ୍ରପୁର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ କୁ ପି.ଏମ୍, ଶ୍ରୀ ଘୋଷଣା କରିଛନ୍ତି ଯାହା ଫଳରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଦ୍ଵାରା ପିଲା ମାନଙ୍କ ମାନସିକ,ଶାରୀରିକ, ବୌଦ୍ଧିକ ବିକାଶ ଘଟିପରୁଛି । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ବିଦ୍ୟାଳୟରେ ମହା ଆଡମ୍ବର ରେ ପାଳିତ ହୋଇଥିଲା, ବିଦ୍ୟାଳୟ ରେ ଛାତ୍ର ମାନଙ୍କୁ ନେଇ, ଖେଳ ପ୍ରତିଯୋଗିତା ମନ ଅନୁଷ୍ଠିତ ହୋଇଥିଲା l ଖେଳ ରେ କୃତି ପ୍ରତିଯୋଗୀ ଯେଉଁ ମାନେ ବିଜୟ ଲାଭ କରିଥିବା ଛାତ୍ର ମାନଙ୍କୁ ବିଧାୟକ ଗୁଣୁପୁର ସତ୍ୟଜିତ ଗମାଙ୍ଗୋ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୁଷୟା ମାଝୀ,ବ୍ଲକ୍ ଅଧ୍ୟକ୍ଷ କାୟନ କିମ୍ୱାକା, ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗୋ ଏବଂ ଚନ୍ଦ୍ରପୁର ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବାଡ଼ା ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ଥ ।ରାତ୍ର ସମୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଥିଲା। ଦଶମ ଛାତ୍ର ମାନଙ୍କ ପରୀକ୍ଷା ଥିବାରୁ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଦିନ କୁ ୧୨୦ ଛାତ୍ର ମାନଙ୍କୁ ନେଇ, ରାୟଗଡ଼, ବିଷମକଟକ,ଥେରୁବାଲି ରେ ଥିବା ବିଭିନ୍ନ ଦର୍ଶନୀୟ ଓ ଶିକ୍ଷଣୀୟ ସ୍ଥାନ ମାନ ଛାତ୍ର ମାନଙ୍କୁ ଭ୍ରମଣ କରାଯାଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗୋମାଙ୍ଗୋ, ବଶିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଶ୍ରୀ ସୁନିଲ ମହାନ୍ତି, ଶ୍ରୀକାନ୍ତ ହୋତା, ଆନନ୍ଦ ଡୁବୁରୁକା ଛାତ୍ର ମାନ ଙ୍କୁ ନେଇ ତିନି ଦିନ ଯାତ୍ରା କରି ଆଇ ଟି ଆଇ ବିଷମକଟକ,ୟୁଜିଏମ ଆଇ ଟି,ରାୟଗଡା ,ଫରେଷ୍ଟ ପାର୍କ, ରାୟଗଡା, ନାଗାବଳୀ ପ୍ଲାନେଟରିଅମ୍, ପତାଳେଶ୍ୱର ମନ୍ଦିର ଚାଟିକଣା, ଥେରୁବାଲି ଲକ୍ଷ୍ମୀନାରାୟଣ ମନ୍ଦିର ଭ୍ରମଣ କରି ଆଣି ଥିଲେ ।ଏହା ଦ୍ବାରା ଛାତ୍ର ମାନେ ଅନେକ ସନ୍ତୋଷ ପ୍ରକାଶ କରିଥିଲେ ଓ ତାଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଯାଇଥିଲା। ଆଗାମୀ ଛଅ ତାରିଖ ରେ ବିଦ୍ୟାଳୟ ର ଛତ୍ର ମାନେ ମୋଟ ୫୦ ଜଣ ଜିଲ୍ଲା ସ୍ଥାରୀୟ ପି.ଏମ୍.ଶ୍ରୀ ଉତ୍ସବ ରେ ଅଂଶ ଗ୍ରହଣ କରିବା ପାଇଁ ଯିବେ ଯାହାକି ବିଦ୍ୟାଳୟ ସ୍ଥାରୀୟ ପି.ଏମ୍.ଶ୍ରୀ ଉତ୍ସବ ପରେ ଅନୁଷ୍ଠିତ ହେବା କୁ ଯାଉଅଛି ବୋଲି ସ୍କୁଲର ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ ସୂଚନା ଦେଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ