ଶ୍ରୀଜଗନ୍ନାଥ ମନ୍ଦିର ନିକଟର ଦୋଳବେଦୀ ସମ୍ମୁଖ ଦ୍ବାରରେ ଦୋଳ ପୂର୍ଣ୍ଣିମା ଅବସରରେ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା। ଭକ୍ତଙ୍କ ଭିଡ଼ ବଢ଼ିବା ସହିତ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇ ପୋଲିସଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା।ପ୍ରବଳ ଗହଳି ମଧ୍ୟରେ କିଛି ସମୟ ପାଇଁ ଦଳାଚକଟା ସ୍ଥିତି ଉଦ୍ଭବ ହୋଇଥିଲା। ଭିଡ଼ ଭିତରେ ପଡ଼ି ୨ରୁ ୩ ଜଣ ମହିଳା ଭକ୍ତ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥଳରେ ଉପସ୍ଥିତ ପୋଲିସ ଓ ସେବାୟତମାନେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରି ଆହତମାନଙ୍କୁ ପ୍ରଥମିକ ଚିକିତ୍ସା ଯୋଗାଇଥିଲେ।ଦୋଳ ପୂର୍ଣ୍ଣିମା ଅବସରରେ ହଜାରହଜାର ଭକ୍ତଙ୍କ ସମାଗମ ହେବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା
Shree Jagannath Temple ନିକଟ ଦୋଳବେଦୀ ଦ୍ୱାରରେ ଠେଲାପେଲା, ୩ ମହିଳା ଭକ୍ତ ସାମାନ୍ୟ ଆହତ
